ଠାକୁର ନୁହେଁ ଚାଲିଛି ମନ୍ତ୍ରୀଙ୍କ ଆଳତୀ ! କଂଗ୍ରେସ ସରକାରର ମନ୍ତ୍ରୀଙ୍କୁ ଖୁସି କରିବା ଦୌଡରେ ସରକାରୀ ଅଫିସର ଓ କର୍ମୀ

101

ମଧ୍ୟ ପ୍ରଦେଶରେ କଂଗ୍ରେସର ନୂଆ ସରକାରର ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ସରକାରୀ ଅଫିସର ଓ କର୍ମଚାରୀଙ୍କ ମଧ୍ୟରେ ଭିନ୍ନ ପ୍ରକାରର ପ୍ରତିଯୋଗିତା ଦେଖାଦେଇଛି । କରଂଜିଆ ବିକାଶଖଣ୍ଡ ମୁଖ୍ୟାଳୟରେ ଯେତେବେଳେ କ୍ୟାବିନେଟ୍ ମନ୍ତ୍ରୀ ଓମକାର ମରକାମଙ୍କୁ ଖୁସ ି କରିବା ପାଇଁ ଲାଗିପଡିଥିଲେ ସରକାରୀ କର୍ମଚାରୀ ।

କିଛି କର୍ମଚାରୀ ତାଙ୍କୁ ଫୁଲମାଳ ପିନ୍ଧାଇ ଆଶୀର୍ବାଦ ନେଉଥିଲେ ତ କେହି ମନ୍ତ୍ରୀଙ୍କ ପାଦ ଛୁଇଁ ଖୁସି କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଏହି ସମୟରେ ଖଣ୍ଡ ଶିକ୍ଷା ଅଧିକାରୀ (ବିଇଓ) ସୀମା ପାର କରିଦେଲେ । ସେ ମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇ, ଠାକୁରଙ୍କ ଭଳି ତାଙ୍କର ଆଳତୀ କଲେ । ତାଙ୍କର ଏଭଳି କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି । ମନ୍ତ୍ରୀ ମହୋଦୟ ମଧ୍ୟ ନିଜର ଆଳତୀ କରୁଥିବାର ମଜା ନେଉଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.