ମଧ୍ୟ ପ୍ରଦେଶରେ କଂଗ୍ରେସର ନୂଆ ସରକାରର ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ସରକାରୀ ଅଫିସର ଓ କର୍ମଚାରୀଙ୍କ ମଧ୍ୟରେ ଭିନ୍ନ ପ୍ରକାରର ପ୍ରତିଯୋଗିତା ଦେଖାଦେଇଛି । କରଂଜିଆ ବିକାଶଖଣ୍ଡ ମୁଖ୍ୟାଳୟରେ ଯେତେବେଳେ କ୍ୟାବିନେଟ୍ ମନ୍ତ୍ରୀ ଓମକାର ମରକାମଙ୍କୁ ଖୁସ ି କରିବା ପାଇଁ ଲାଗିପଡିଥିଲେ ସରକାରୀ କର୍ମଚାରୀ ।
କିଛି କର୍ମଚାରୀ ତାଙ୍କୁ ଫୁଲମାଳ ପିନ୍ଧାଇ ଆଶୀର୍ବାଦ ନେଉଥିଲେ ତ କେହି ମନ୍ତ୍ରୀଙ୍କ ପାଦ ଛୁଇଁ ଖୁସି କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଏହି ସମୟରେ ଖଣ୍ଡ ଶିକ୍ଷା ଅଧିକାରୀ (ବିଇଓ) ସୀମା ପାର କରିଦେଲେ । ସେ ମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇ, ଠାକୁରଙ୍କ ଭଳି ତାଙ୍କର ଆଳତୀ କଲେ । ତାଙ୍କର ଏଭଳି କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି । ମନ୍ତ୍ରୀ ମହୋଦୟ ମଧ୍ୟ ନିଜର ଆଳତୀ କରୁଥିବାର ମଜା ନେଉଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/4-6.jpg)
/kanak/media/post_attachments/wp-content/uploads/2018/12/66966521-300x233.jpg)