ମଧ୍ୟପ୍ରଦେଶରେ ବିଜେପିର ଭୋଟ୍ ବଢାଇବ କି ଅଯୋଧ୍ୟା ରାମ ମନ୍ଦିର । ପୋଷ୍ଟର ଲଗାଇ ବିଜେପି କରିଛି ଜୋରଦାର ପ୍ରଚାର

172

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପି ଭୋଟ୍ ବଢ଼ାଇବ କି ଅଯୋଧ୍ୟ ରାମ ମନ୍ଦିର । ଏହି ପ୍ରଶ୍ନ ଏବେ ଉଠୁଛି କାରଣ ମଧ୍ୟପ୍ରଦେଶ ନିର୍ବାଚନ ବେଳେ ଅଯୋଧ୍ୟା ରାମ ମନ୍ଦିରକୁ ପୋଷ୍ଟରରେ ବଡ଼ ସ୍ଥାନ ଦେଇଥିଲା ଭାରତୀୟ ଜନତା ପାର୍ଟି । ଭବ୍ୟ ରାମ ମନ୍ଦିରର ବଡ଼ ବଡ଼ ପୋଷ୍ଟର ଓ ବ୍ୟାନର ସାହାଯ୍ୟରେ ବିଜେପି ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ଶୀର୍ଷ ନେତାଙ୍କ ଫଟୋ ସହ ରାମମନ୍ଦିର ବଡ଼ ଫଟୋକୁ ପୋଷ୍ଟରରେ ସ୍ଥାନ ଦିଆଯାଇଛି । ମଧ୍ୟପ୍ରଦେଶରେ ନିର୍ବାଚନ ସରିଥିବା ବେଳେ ଡିସେମ୍ବର ୩ରେ ଆସିବ ଫଳାଫଳ । ତେବେ ଅଯୋଧ୍ୟାର ରାମ ମନ୍ଦିର ମଧ୍ୟପ୍ରଦେଶର ଭୋଟ୍ ପ୍ରତିଶତକୁ ବଢ଼ାଇବାକୁ କେତେ ସହାୟକ ହେବ ତାହା ଡିସେମ୍ବର ୩ତାରିଖରେ ସ୍ପଷ୍ଟ ହୋଇଯିବ । ଅଯୋଧ୍ୟାର ରାମ ମନ୍ଦିରକୁ ପୋଷ୍ଟରରେ ସ୍ଥାନ ଦେଇ ଭୋଟ୍ ହାତେଇବାକୁ ଆଶା ରଖି ବିଜେପି ରାମ ମନ୍ଦିରର ବଡ଼ ବଡ଼ ପୋଷ୍ଟର ବ୍ୟବହାର କରିଛି । ନିର୍ବାଚନ ପ୍ରଚାର ବେଳେ ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟ ମୁହାଁମୁହିଁ ହୋଇଥିଲେ । କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ବିଜେପି ଏହାକୁ ନେଇ କଡ଼ା ସମାଲୋଚନା କରିଥିଲା । ଲୋକସଭା ନିର୍ବାଚନ ପୂର୍ବରୁ ଆସନ୍ତା ଜାନୁୟାରୀ ୨୨ତାରିଖରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ।