ମଧ୍ୟପ୍ରଦେଶ ଇନ୍ଦୋର ନଗର ନିଗମ କର୍ମଚାରୀଙ୍କ ଉପରେ ବିଜେପି ନେତା କୈଳାଶ ବିଜୟ ବର୍ଗୀୟଙ୍କ ବିଧାୟକ ପୁଅ ବ୍ୟାଟ୍ ମାରିବା ଘଟଣା ଏବେ ଯାଏଁ ଥଣ୍ଡା ପଡିନଥିବା ବେଳେ ବିଜେପିର ଆଉ ଏକ ଅଧିକାରୀଙ୍କ ମାରପିଟର ଖବର ଏବେ ମୁଣ୍ଡ ଟେକିଲାଣି । ଏହି ମାମଲାଟି ସତନାର ରାମନଗରର । ଏଠାକାର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀଙ୍କୁ ଗମ୍ଭୀର ଅବସ୍ଥାରେ ଚିକିତ୍ସା ପାଇଁ ରିବା ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ମାରପିଟକୁ ରୋକିବାକୁ ଚେଷ୍ଟା କରୁଥିବା ୧୨ ରୁ ଅଧିକ କାଉନସିଲର ମଧ୍ୟ ମାଡ଼ ଖାଇଛନ୍ତି ଯେଉଁଥିରେ ୩ ଜଣ ମହିଳା ମଧ୍ୟ ରହିଛନ୍ତି । ତାଙ୍କ ଅପରାଧ ଏତିିକି ଥିଲା ଯେ ସେ ଅଧ୍ୟକ୍ଷଙ୍କ କୋଟି କୋଟି ଟଙ୍କାର ଘୋଟାଲା ବିରୋଧରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ଅଧ୍ୟକ୍ଷ ୮ କୋଟି ଟଙ୍କାର ଘୋଟାଲା ମାମଲାରେ ଜାମିନରେ ଆସିଛନ୍ତି । ରାମନଗର ପରିଷଦରେ ହଡକମ୍ପ ସେତେବେଳେ ହୋଇଥିଲା ଯେତେବେଳେ ଅଧ୍ୟକ୍ଷ ରାମସୁଶୀଲ ପଟେଲ ନିଜ ସମର୍ଥକଙ୍କୁ ନେଇ ସିଏମଓ ଦେବରତ୍ନ ସୋନୀଙ୍କ ଚ୍ୟାମ୍ଭରରେ ପଶି ଖୁବ୍ ପିଟିଥିଲେ । ଏଥିରେ ଦେବରତ୍ନ ସୋନୀଙ୍କୁ ବଞ୍ଚାଇବାକୁ ଯାଇ ଅନେକ କାଉନସିଲର୍ ମାଡ ଖାଇଥିଲେ । ବୈଠକରେ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଘୋଟାଲାର ଜାଞ୍ଚ୍ ର ବିଷୟ ଗରମ ହୋଇରହିଥିଲା ଯେଉଁଠି ଅଧ୍ୟକ୍ଷଙ୍କ ଉପରେ ନକଲ ଜାଞ୍ଚ୍ ଚାଲିଥିଲା ।

Advertisment

R

ଶୁକ୍ରବାର ରାମନଗର ପରିଷଦରେ ପି ଆଇ ସିଙ୍କ ବୈଠକ ପୂର୍ବରୁ ଅଧ୍ୟକ୍ଷ ରାମ୍ ସୁଶୀଲ୍ ପଟେଲ୍ ନିଜ ସମର୍ଥକଙ୍କ ସହ ସିଏମଓଙ୍କ ଉପରେ ୱିକେଟରେ ଆକ୍ରମଣ କରିଥିଲେ । ଘଟଣାର ୨ ଘଣ୍ଟା ପରେ ପୋଲିସ୍ ସେଠାରେ ପହଁଚି ଥିଲା । ତେବେ ପୋଲିସ୍ ରାମସୁଶୀଲ୍ ପଟେଲଙ୍କ ଉପରେ ଆଇପିସି ଧାରା ୩୫୩,୩୩୨,୨୯୪,୫୦୬ ବି/୩୪ ଅନୁସାରେ ଗିରଫ କରିଛନ୍ତି ।