ବର ଏକ , କନିଆ ଦୁଇ : ପ୍ରେମ ଓ ପରିବାର ପସନ୍ଦକୁ ଆପଣାଇଲେ ଆଦିବାସୀ ଯୁବକ , ଗୋଟିଏ ମଣ୍ଡପରେ ୨ ଜଣ କନ୍ୟାକୁ ବିବାହ କଲା ବର ।

1,640

ଗୋଟିଏ ମଣ୍ଡପ , ଜଣେ ବର କିନ୍ତୁ କନିଆ ଦୁଇ । ମଧ୍ୟପ୍ରଦେଶର ସଲେୟା ଗାଁରୁ ଆସିଲା ଅଜବ ବାହାଘରର ଖବର । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡ଼ିଓରେ ବର ଦୁଇଜଣ କନିଆଙ୍କ ସହ ବିବାହ କରୁଥିବା ଦେଖାଯାଉଛନ୍ତି । ସୂଚନା ଅନୁସାରେ , ଜୁନ୍ ୨୯ ରେ ଏହି ଯୁବକ ଗୋଟିଏ ମଣ୍ଡପରେ ୨ ଜଣ ଝିଅଙ୍କୁ ବିବାହ କରି ସାଙ୍ଗରେ ଘରକୁ ଆଣିଥିଲେ ।

ବିବାହରେ ବର ଏବଂ ୨ କନ୍ୟାଙ୍କ ପରିବାର ସମେତ ଗାଁଲୋକ ବି ସାମିଲ୍ ହୋଇଥିଲେ । ଭୋପାଳରେ ଆଇଆଇଟିରେ ଅଧ୍ୟୟନ କରୁଥିବା ଆଦିବାସୀ ଯୁବକ ସନ୍ଦିପ୍ ପାଖ ଗାଁର ସୁନନ୍ଦାଙ୍କୁ ଭଲ ପାଉଥିଲେ । ଏହି ସମୟରେ ପରିବାର ଲୋକ ସନ୍ଦିପଙ୍କ ବିବାହ ଅନ୍ୟ ଏକ ଗାଁର ଯୁବତୀ ଶଶିକଳାଙ୍କ ସହ ସ୍ଥିର କରିଦେଲେ । ଏହା ପରେ ବିବାହକୁ ନେଇ ଆରମ୍ଭ ହୋଇଗଲା ବିବାଦ । ୩ ଘରର ସଦସ୍ୟ ଗାଁର ବୟୋଜ୍ୟେଷ୍ଠଙ୍କ ସହମତିରେ ୩ ଜଣଙ୍କ ବିବାହ କରିବାକୁ ସ୍ଥିର କଲେ । ତେବେ ଭିଡ଼ିଓଟି ସାମ୍ନାକୁ ଆସିବା ପରେ ସ୍ଥାନୀୟ ପ୍ରଶାସନ ମାମଲାର ଯାଞ୍ଚ୍ କରୁଛି ।