ମଧ୍ୟପ୍ରଦେଶ ଓ ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । ମୋଟ ୩୦୦ ଆସନ ପାଇଁ ଶୁକ୍ରବାର ପଡିବ ଭୋଟ
କନକ ବ୍ୟୁରୋ: ଆଜି ସରୁଛି ମଧ୍ୟପ୍ରଦେଶ ଓ ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର । ଏହି ପର୍ଯ୍ୟାୟରେ ମଧ୍ୟପ୍ରଦେଶର ସମସ୍ତ ୨୩୦ ଓ ଛତିଶଗଡର ଅବଶିଷ୍ଟ ୭୦ଟି ଆସନରେ ଶୁକ୍ରବାର ଭୋଟ ହେବ ।

Kanak News is now on WhatsApp
Join and get latest news updates delivered to you via WhatsApp
ଦୁଇଟିଯାକ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶରେ ଗତକାଲି ଜୋରଦାର ପ୍ରଚାର ହୋଇଥିଲା । ଉଭୟ ବିଜେପି ଓ କଂଗ୍ରେସ ନିଜର ହେଭିୱେଟ ଚେହେରାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରଚାର କରିଥିବାବେଳେ ସେପଟେ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସାଂସଦ ରାହୁଲ ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ପ୍ରଚାର କରିଛନ୍ତି । ନିର୍ବାଚନୀ ପ୍ରଚାରରେ ଜୋରଦାର ହୋଇଛି ବୟାନବାଜି ।