ନିର୍ବାଚନ ମଇଦାନରେ ଲଢେଇ କରିବେ “ଗଡ୍ ମ୍ୟାନ୍” ! ପ୍ରସ୍ତୁତି ଆରମ୍ଭ କଲେଣି “କମ୍ପ୍ୟୁଟର ବାବା” ।

ନିର୍ବାଚନ ମଇଦାନରେ ଲଢେଇ କରିବେ “ଗଡ୍ ମ୍ୟାନ୍” ! ପ୍ରସ୍ତୁତି ଆରମ୍ଭ କଲେଣି “କମ୍ପ୍ୟୁଟର ବାବା” ।

source : naidunia

ଚଳିତବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କେତେକ ଧାର୍ମିକ ନେତା ତଥା “ଗଡମ୍ୟାନ୍” ଙ୍କର ମଇଦାନକୁ ଆସିବାର ସମ୍ବାବନା ରହିଛି । ଏପ୍ରିଲ୍ ମାସରେ ରାଜ୍ୟ ସରକାରଙ୍କ ଦ୍ୱାରା ଏହିଭଳି ୫ ଜଣ ଗଡମ୍ୟାନଙ୍କୁ ରାଜ୍ୟମନ୍ତ୍ରୀରେ ମିଶିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏଥିମଧ୍ୟରୁ କିଛି ଧାର୍ମିକ ନେତା ନିର୍ଦଳୀୟ ନିର୍ବାଚନରେ ଆସିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହି ଧାର୍ମିକ ନେତାଙ୍କ କହିବାନୁସାରେ,ଯଦି ଏମାନଙ୍କୁ କୌଣସି ରାଜନୈତିକ ପାର୍ଟି ଟିକଟ ଦେବେନାହିଁ ତେବେ ଏହି ନେତାମାନେ ନିଜେ ନିର୍ଦଳୀୟ ନିର୍ବାଚନ ଲଢିବାକୁ ଆଗକୁ ଆସିବେ । ତେବେ ଧାର୍ମିକ ନେତା ମଧ୍ୟରୁ ଜଣେ କମ୍ପ୍ୟୁଟର ବାବା ନାମରେ ପ୍ରସିଦ୍ଧ ଥିବା ସ୍ୱାମୀ ନାମଦେବ ତ୍ୟାଗୀ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂହ ଚୌହାନ ତାଙ୍କୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେବେ ସେ ଏଥିପାଇଁ ସମ୍ମତି ଜଣାଇବେ ।

publive-image

ସେ ଏହା ମଧ୍ୟ କହିଛନ୍ତି ଯେ,ସେ ଇନ୍ଦୋରରୁ ପ୍ରାର୍ଥୀ ହୋଇପାରିବେ । କମ୍ପ୍ୟୁଟର ବାବା ନର୍ମଦା ନଦୀ ଘୋଟାଲାରେ ଆରୋପ ଲଗାଇ ଚଳିତ ବର୍ଷ ନର୍ମଦା ଘୋଟାଲା ରଥ ଯାତ୍ରା ବାହାର କରିଥିଲେ ଏବଂ ସେ ଅବୈଧ ଉପାୟରେ ବାଲି ଖନନ ଉପରେ ମଧ୍ୟ ରୋକ୍ ଲଗାଇବା ପାଇଁ ଆଗକୁ ଆସିଥିଲେ । ୪୭ ବର୍ଷୀୟ କମ୍ପ୍ୟୁଟର ବାବା ଉଜ୍ଜେନର ଅବଦେଶପୁରୀଠାରୁ ମଧ୍ୟ ବିଜେପିଠାରୁ ନିର୍ବାଚନ ଲଢିପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe