କନକ ବ୍ୟୁରୋ : ବୋରୱେଲରେ ଗଳି ପଡ଼ିଲା ୩ ବର୍ଷର ଶିଶୁ । ଶିଶୁଟିକୁ ଉଦ୍ଧାର କରିବା ପାଇଁ ରାତିତମାମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ପୁଲିସ୍ ଓ ସେନା । ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାଟି ହେଉଛି ମଧ୍ୟପ୍ରଦେଶର ନିୱାରୀ ଜିଲ୍ଲାର ପ୍ରୀତିପୁରର । ସେଟପୁରା ଗ୍ରାମରେ ଖୋଲା ପଡ଼ିଥିବା ଏକ ବୋରୱେଲରେ ପ୍ରହ୍ଲାଦ, ୩ ବର୍ଷର ଶିଶୁଟି ଖସିପଡିଥିଲା । ଏହା ପରେ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଥିଲେ ।
Madhya Pradesh: A 3-year-old child fell into an open borewell in Setupurabarah village of Prithvipur area, Niwari earlier today. Operation underway to rescue him, Army reaches the spot.
Additional SP, Niwari district confirmed that rescue team is able to hear child's voice pic.twitter.com/hLNtcNJ2F2
— ANI (@ANI) November 4, 2020
ନିୱାରୀ ଜିଲ୍ଲାର ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଥିଲେ । ଏସପି କହିଛନ୍ତି, ଯେ ଶିଶୁର ସ୍ୱର ଶୁଣାଯାଉଛି । ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।
ସେପଟେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଶିଶୁର ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, "ବୋରୱେଲରେ ପଡ଼ିଥିବା ନିରୀହ ପ୍ରହ୍ଲାଦଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ସହ ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମୁଁ ନିଶ୍ଚିତ ଯେ ଖୁବ୍ ଶୀଘ୍ର ପ୍ରହ୍ଲାଦଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯିବ । "