ନର୍ସ ଚାକିରୀ ଛାଡ଼ି ଅଜଣା ମୃତଦେହ ସତ୍କାର କରୁଛନ୍ତି ମଧୁସ୍ମିତା ପୃଷ୍ଟି : ଅଢ଼େଇ ବର୍ଷରେ କଲେଣି ୫ଶହ ଅଜଣା ମୃତଦେହଙ୍କ ସଂସ୍କାର

148

କନକ ବ୍ୟୁରୋ : ମହାମାରୀ ବେଳେ ମୃତଦେହକୁ କାନ୍ଧ ମିଳୁନି । ସଂପର୍କୀୟ ବି ଶବର ପାଖ ମାଡିବାକୁ ଭୟ କରୁଛନ୍ତି । କରୋନା ଭୟରେ ପିପିଇ କିଟ୍ ପିନ୍ଧି ପୌର ପରିଷଦର ଓ ପ୍ରଶାସନ ପକ୍ଷରୁ ନିୟୋଜିତ ବ୍ୟକ୍ତି, କରୋନାରେ ମୃତବ୍ୟକ୍ତିଙ୍କ ଶବ ସତ୍କାର କରୁଛନ୍ତି । ହେଲେ ଏତିକି ବେଳେ ସାମ୍ନାକୁ ଆସିଛି ଜଣେ ମହିଳାଙ୍କ ମହାନତା ।

ଭୁବନେଶ୍ୱର ଭରତପୁର ଅଂଚଳର ମଧୁସ୍ମିତା ପୃଷ୍ଟି, ନର୍ସ ଚାକିରି ଛାଡି କରୁଛନ୍ତି ମୃତଦେହ ସତ୍କାର । ଅଢେଇ ବର୍ଷ ହେଲା ଏହି କାମ କରି ଆସୁଛନ୍ତି । ମଧୁସ୍ମିତା ଓ ତାଙ୍କ ସ୍ତ୍ରୀ ପ୍ରଥମେ ଅଜଣା ବ୍ୟକ୍ତିଙ୍କ ମୃତଦେହ ସତ୍କାର କରୁଥିଲେ । ଯେଉଁମାନଙ୍କ ପାଖରେ କେହି ନଥାନ୍ତି, ସେମାନଙ୍କ ଶବକୁ ନେଇ ସତ୍କାର କରନ୍ତି । ଆଉ ଏବେ ସେମାନେ କରୋନାରେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରିବାକୁ ଆଗକୁ ଆସିଛନ୍ତି । ଏଥିପାଇଁ ମଧୁସ୍ମିତା ଓ ତାଙ୍କ ସ୍ୱାମୀ ଭୁବନେଶ୍ୱର ମହାନଗର ନିଗମ ଠାରୁ ଅନୁମତି ଆଣିଛନ୍ତି ।

ସେମାନେ ଲିଜ୍ ସୁତ୍ରରେ ନେଇଥିବା ଭରତପୁର ମଶାଣିରେ କରୋନା ମୃତ ବ୍ୟକ୍ତିଙ୍କ ଶବଦାହ କରିବା ପାଇଁ ବିଏମସି ଠାରୁ ଅନୁମତି ନେଇଛନ୍ତି । ମଧୁସ୍ମିତାଙ୍କ ସ୍ୱାମୀ ଏକ ପରିବାର ଦୋକାନ କରି ପରିବାର ଚଳାନ୍ତି । ଯେତେବେଳେ ମୃତଦେହ ସତ୍କାର ପାଇଁ ଫୋନ ଆସେ ଉଭୟ ସ୍ୱାମୀ-ସ୍ତ୍ରୀ ଦୁହେଁ ଘରୁ ବାହାରି ଯାଆନ୍ତି । ଏବଂ ମଧୁସ୍ମିତା ଓ ତାଙ୍କ ସ୍ୱାମୀ ନିଜ ଗାଡିରେ ମୃତଦେହକୁ ଆଣି ଭରତପୁର ମଶାଣିରେ ଦାହ କରିଥାନ୍ତି ।