ଭୁବନେଶ୍ୱରରେ ସପିଂ କଲେ ଧକ୍ ଧକ୍ ଗାର୍ଲ ମାଧୁରୀ, କିଣିଲେ ୭୦ ହଜାର ଟଙ୍କାର ଗହଣା

527

କନକ ବ୍ୟୁରୋ : ସ୍ମାଟ ସିଟି ଭୁବନେଶ୍ୱରରେ ସପିଂ କଲେ ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ । ମାଷ୍ଟରକ୍ୟାଟିଂନ ସ୍ଥିତ ଲାଲଚାନ୍ଦ୍ ଜୁଏଲରାରୀରୁ ଗହଣା କିଣିଛନ୍ତି ବଲିଉଡ ଡିଭା । ଏହା ସହ ସାଥୀରେ ନେଇ ଯାଇଛନ୍ତି ଜଗନ୍ନାଥ ଓ ଗଣେଷଙ୍କ ତାରକାସୀ କାମରେ ତିଆରି ମୂର୍ତି । ଆଉ ଏସବୁ ଭିତରେ ମାଧୁରୀଙ୍କ ଗୋଟିଏ ଝଲକ ପାଇବା ପାଇଁ ଲାଗିଥିଲା ଫ୍ୟାନଙ୍କ ଭିଡ ।

ବଲିଉଡ ଡିଭା ମାଧୁରୀ ଦୀକ୍ଷିତ ସପିଂ ସାରି ଫେରିଯିବା ପୂର୍ବରୁ ମାହୋଲ କିଛି ଭିନ୍ନ ଥିଲା । ମାଧୁରୀଙ୍କ ଗୋଟିଏ ଝଲକ୍ ପାଇବାକୁ ଚାହିଁ ରହିଗଲେ ଶହ ଶହ ସମର୍ଥକ । ସପିଂ ପାଇଁ ମାଧୁରୀ ମାଷ୍ଟର କ୍ୟାଣ୍ଟିନର ଏକ ନାମୀଦାମୀ ଜୁଏଲାରୀକୁ ଆସିଥିବା ଜାଣି ରୁଣ୍ଡ ହୋଇଯାଇଥିଲେ ଫ୍ୟାନ୍ । ଆଉ ଯେତେବେଳେ ମାଧୁୁରୀ ଫିଲ୍ମି ଅନ୍ଦାଜରେ ଜୁଏଲାରୀ ସପରୁ ବାହାରିଥିଲେ ଦୁଇ ଗୁଣିତ ହୋଇଯାଇଥିଲା ଫ୍ୟାନ୍ସଙ୍କ ଉତ୍ସାହ ।

ପ୍ରାୟ ଦିନ ଗୋଟିଏ ବେଳେ ଅଚାନକ୍ ଜୁଏଲାରୀ ସପରେ ପହଂଚିଯାଇଥିଲେ ମାଧୁରୀ ଦୀକ୍ଷିତ । ଅଳ୍ପ ସମୟ ପାଇଁ ଆସିଥିଲେ ବି ଜୁଏଲାରୀ ଦୋକାନ ଭିତରେ ଥିବା ତାରକସୀ କାମରେ ତିଆରି ଗହଣା ଏବଂ ଲାଇଫ୍ ଷ୍ଟାଇଲ୍ ଗିଫ୍ଟ ସାମଗ୍ରୀ ବୁଲି ଦେଖିଥିଲେ । କେତେ ଉତ୍ସାହର ସହ ମାଧୁରୀ ସପିଂ କରିଥିଲେ, ତାହା ଦୋକାନର ସିସିଟିଭିରୁ ଫୁଟେଜରେ ସ୍ପଷ୍ଟ ଦେଖିବାକୁ ମିଳିଛି । ମାଧୁରୀ, ସିଲଭର୍ କାଉଂଟର ବୁଲି ଦେଖିବା ସହ ୨ଟି ବ୍ୟାଗ୍, ଇୟର ରିଙ୍ଗ୍ସ ଏବଂ କିଛି ଗହଣା କିଣିଥିଲେ । ଏହା ସହ ହାତରେ ତିଆରି ତାରକାସୀ କାମର ଗହଣା, ଆଂଟି ଅକ୍ସିଡାଇଜ୍ଡ ଗହଣା, ଜଗନ୍ନାଥ ଏବଂ ଗଣେଶ ମୂର୍ତି ବୁଲି ଦେଖିଥିଲେ ବଲିଉଡ୍ କୁଇନ୍ । ଏମିତି କି ୭୦ ହଜାର ଟଙ୍କାର ଗହଣା କିଣିଥିଲେ ମାଧୁରୀ ।

ଏତେ ବଡ ସେଲିବ୍ରିଟିଙ୍କୁ ପାଖରେ ପାଇ ଜୁଏଲାରୀ କର୍ମଚାରୀମାନେ ବି ବେଶ ଉତ୍ସାହିତ ହୋଇଯାଇଥିଲେ । ଆଉ ଜୁଏଲାରୀ ସପ୍ ପକ୍ଷରୁ ସୁକ୍ଷ୍ମ କାରୁକାର୍ଯ୍ୟରେ ତିଆରି ଶ୍ରୀଜଗନ୍ନାଥ ଏବଂ ଗଣେଶଙ୍କ ମୁର୍ତ୍ତି ମାଧୁରୀଙ୍କୁ ଗିଫ୍ଟ ଆକାରରେ ଦିଆଯାଇଥିଲା । ଆଉ ଏସବୁ ଭିତରେ ଓଡ଼ିଶାରୁ ଅନେକ ମଧୁର ସ୍ମୃତି ନେଇ ଫେରି ଯାଇଛନ୍ତି ମାଧୁରୀ ।