୨୧ ବର୍ଷ ପରେ ଏକାଠି ଅଭିନୟ କରିବେ ମାଧୁରୀ ଦିକ୍ଷୀତ୍ ଓ ସଂଜୟ ଦତ୍ତ : ଆଗାମୀ ଫିଲ୍ମ ‘କଳଙ୍କ’ରେ ଆସିବେ ନଜର

50

କନକ ବ୍ୟୁରୋ : ୨୧ ବର୍ଷ ପରେ ପରଦାକୁ ଫେରିବ ବଲିଉଡ ଆଇକନିକ ଯୋଡି । ଖଲନାୟକ, ସାଜନ, ମହାନତା ଭଳି ସିନେମାରେ ଦର୍ଶକଙ୍କୁ ଏଂଟରଟେନ କରିଥିବା ଚର୍ଚ୍ଚିତ ଯୋଡି ସଂଜୟ ଦତ୍ତ ଓ ମାଧୁରୀ ଦିକ୍ଷୀତ ୨୧ ବର୍ଷ ପରେ ବଡ ପରଦାରେ ଏକାଠି ଆସିବେ ନଜର । କରଣ ଜୋହର, ସାଜିଦ ନାଦିଆୱାଲା ଓ ଫକ୍ସ ଷ୍ଟାର ଷ୍ଟୁଡିଓଜ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଅପକମିଂ ସିନେମାର ଟାଇଟଲ ରହିଛି ‘କଳଙ୍କ’ ।

ପୁଣି ପରଦାକୁ ଫେରିବ ବଲିଉଡ୍ର ୯୦ ଦଶକର ଲୋକପ୍ରିୟ ଯୋଡି । ବି-ଟାଉନର ଆଇକନିକ ଯୋଡି ମାଧୁରୀ ଦିକ୍ଷୀତ ଓ ସଂଜୟ ଦତ୍ତ ପାଖାପାଖି ୨୧ ବର୍ଷ ପରେ ପୁଣିଥରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି । ୧୯୯୭ରେ ଫିଲ୍ମ ମହାନତାରେ ଶେଷ ଥର ପାଇଁ ଏହି ଯୋଡିକୁ ପରଦାରେ ଦେଖିବାକୁ ମିଳିଥିଲା । ଆଉ ଏବେ ୨୧ ବର୍ଷ ପରେ ୨୦୧୯ ଏମାନଙ୍କୁ ପରଦାକୁ ଆଣିବେ ନିର୍ଦ୍ଦେଶକ ଅଭିଷେକ ବର୍ମନ । ଫିଲ୍ମର ଟାଇଟେଲ୍ ରହିଛି କଲଙ୍କ । ଏହି ସିନେମାର ଘୋଷଣା ହୋଇଯାଇଛି । ସିନେମାରେ ସଂଜୟ ଦତ୍ତ ଓ ମାଧୁରୀ ଦିକ୍ଷୀତଙ୍କ ବ୍ୟତୀତ ବରୁଣ ଧୱନ, ଆଲିଆ ଭଟ୍ଟ, ସୋନାକ୍ଷୀ ସିହ୍ନା ଓ ଆଦିତ୍ୟ ରୟ କପୁରଙ୍କୁ ଦେଖିବାକୁ ମିଳେିବ । ମାନେ ଏହି ସିନେମାଟି ମଲ୍ଟି ଷ୍ଟାରର ହେବାକୁ ଯାଉଛି ।

ଏହାସହ ବିଗ୍ ବଜେଟ ଓ ବିଗ ବ୍ୟାନରର ବି । ଏହି ସିନେମାର ସୁଟିଂ ଆରମ୍ଭ ହୋଇ ଯାଇଛି । ସିନେମାର କାହାଣୀ ୧୯୪୦ ମସିହାର ଏକ କାହାଣୀକୁ ନେଇ ଗତିଶୀଳ ହେବ ଏବଂ ଏହାର ରିଲିଜ୍ ଏପ୍ରିଲ୍ ୧୯, ୨୦୧୯ରେ ହେବ । କରଣ ଜୋହର ଫିଲ୍ମର ଟ୍ୱିଟ କରି ଏହି ସିନେମା ବିଷୟରେ ଘୋଷଣା କରିଛନ୍ତି । ଫିଲ୍ମଟିକୁ କରଣ ଜୋହର, ସାଜିଦ ନାଦିଆୱାଲା ଏବଂ ଫକ୍ସ ଷ୍ଟାର ଷ୍ଟୁଡିଓଜ ମିଶିକି ପ୍ରଡ୍ୟୁସ କରିବେ । ଏହି ଫିଲ୍ମଟି ସେହି ସିନେମା ଯାହାର ଟାଇଟଲ ପ୍ରଥମେ ସିଦ୍ଦତ ରଖାଯାଇଥିଲା । ଆଉ ଏହି ସିନେମାରେ ମାଧୁରୀଙ୍କ ସ୍ଥାନରେ ସ୍ୱର୍ଗୀୟ ଶ୍ରୀଦେବୀ ଅଭିନୟ କରିଥାନ୍ତେ । ମାତ୍ର ଶ୍ରୀଦେବୀଙ୍କ ଦେହାନ୍ତ ପରେ ଏହି ରୋଲ ପାଇଁ ମାଧୁରୀଙ୍କୁ ଆପ୍ରୋଚ କରାଯାଇଥିଲା । ଯାହାକୁ ନେଇ ମାଧୁରୀ ଦ୍ୱନ୍ଦରେ ଥିଲେ । ମାଧୁରୀ, ସଂଜୟଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ମନା ମଧ୍ୟ କରି ଦେଇଥିଲେ । ଏମିତି କି ଯେତେବେଳେ ସଂଜୟଙ୍କୁ ମାଧୁରୀଙ୍କ ସହ ୨୧ ବର୍ଷ ପରେ କାମ କରିବା ନେଇ ପଚରା ଗଲା ସେ ଏହି ପ୍ରଶ୍ନ ଏଡାଇ ସେଠାରୁ ପଳାଇ ଯାଇଥିଲେ । ହେଲେ ପ୍ରକୃତ କଥା ସିନେମା ରିଲିଜ୍ ହେଲା ପରେ ହିଁ ଜଣା ପଡିବ । ଆଉ ଯାହା ପାଇଁ ଫ୍ୟାନ୍ସଙ୍କୁ କରିବାକୁ ପଡିବ ୧ ବର୍ଷର ଅପେକ୍ଷା ।