ବଳାତ୍କାର ସିନ୍ ପରେ ଡରିଗଲେ ମାଧୁରୀ ! ଖଳନାୟକଙ୍କୁ ଛୁଇଁବାକୁ ବି କରିଦେଲେ ମନା

42

ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ଅଭିନୟର ପ୍ରଶଂସା ଯେତେ କଲେ ମଧ୍ୟ କମ୍ ହେବ । ନିଜ ମତୁଆଲା ଅନ୍ଦାଜ ଏବଂ ଅଭିନୟର ଯାଦୁରେ ସେ ଦର୍ଶକଙ୍କ ହୃଦୟକୁ ଜିତିପାରିଥିଲେ । ମାଧୁରୀ ପ୍ରତିଟି ଚରିତ୍ରକୁ ଖୁବ୍ ନିଖୁଣତାର ସହ ଅଭିନୟ କରିଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ଏକ ସିନେମାରେ ବଳାତ୍କାର ସିନ୍ କରି ସାରିବା ପରେ ମାଧୁରୀ ଖଳନାୟକଙ୍କୁ ଛୁଇଁବାକୁ ମନା କରିଦେଇଥିଲେ । ଆଉ ଏହା ପଛର କାରଣ ଥିଲା ତାଙ୍କ ଡର ।

ଘଟଣାଟି ହେଉଛି ସେ ସମୟର ଯେତେବେଳେ ମାଧୁରୀ ଷ୍ଟ୍ରଗଲ୍ କରୁଥିଲେ । ଏହି ସମୟରେ ତାଙ୍କୁ ‘ପ୍ରେମ ପ୍ରତିଜ୍ଞା’ ନାମକ ଏକ ସିନେମା ମିଳିଥିଲା । ଯେଉଁଥିରେ ତାଙ୍କ ବିପକ୍ଷରେ ନାୟକ ଥିଲେ ମିଥୁନ୍ ଚକ୍ରବର୍ତ୍ତୀ ଆଉ ଖଳନାୟକ ଥିଲେ ରଞ୍ଜିତ୍ । ସେ ସମୟରେ ରଞ୍ଜିତ୍ ଜଣେ ପପୁଲାର୍ ଖଳନାୟକ ଥିଲେ । ଏପରିକି ପ୍ରାୟ ସିନେମାରେ ବଳାତ୍କାର ସିନ୍ କରି ସେ ରେପ୍ କିଙ୍ଗ୍ ବନିଯାଇଥିଲେ ।

ମାଧୁରୀ ରଞ୍ଜିତଙ୍କ ସହ ଏହି ସିନ୍ କରିବାକୁ ରାଜି ହୋଇଯାଇଥିଲେ । ହେଲେ ମନେ ମନେ ଖୁବ୍ ଡରିଯାଇଥିଲେ । ମାଧୁରୀ ଯେମିତି ସେମିତି କରି ସିନଟିକୁ ସୁଟ୍ କରିଥିଲେ । ତେବେ ସୁଟିଂ ପରେ ରଞ୍ଜିତ୍ ଏବଂ ନିର୍ଦେଶକ ବାପୁ ମାଧୁରୀଙ୍କୁ ଠିକ୍ ଅଛନ୍ତି କି ନାହିଁ ପଚାରିଥିଲେ । ଯଦିଓ ଏହାର ଉତ୍ତରରେ ମାଧୁରୀ ଠିକ୍ ଅଛନ୍ତି ବୋଲି କହିଥିଲେ କିନ୍ତୁ ଭିତରୁ ଖୁବ୍ ଡରି ଯାଇଥିଲେ । ପରେ ଶୁଣିବାକୁ ମିଳିଥିଲା ସେ ଏହି ସିନ୍ ପରେ ମାଧୁରୀ ଏମିତି ଡରି ଯାଇଥିଲେ ଯେ ରଞ୍ଜିତଙ୍କୁ ଛୁଇଁବାକୁ ବି ମନା କରିଦେଇଥିଲେ ।