କନକ ବ୍ୟୁରୋ : ପ୍ରଥମ ଥର ପାଇ ୱେବ ସିରିଜରେ ନଜର ଆସିବେ ବଲିଉଡ ସୁପରଷ୍ଟାର ଅଭିନେତ୍ରୀ ମାଧୁରୀ ଦିକ୍ଷିତ । ମାଧୁରୀଙ୍କ ଅଭିନୀତ ୱେବ ସିରିଜ ‘ଦ ଫେମ ଗେମ’ ରିଲିଜ ହୋଇଛି । ଏହି ସିରିଜରେ ଅଭିନେତା ସଂଜୟ କପରୁଙ୍କ ମାଧୁରୀଙ୍କ ସ୍ୱାମୀ ରୁପେ ନଜର ଆସିବେ । ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ଏହି ଟ୍ରେଲର ଟିକୁ ଦର୍ଶକ ଖୁବ ଭଲପାଇବା ଦେଇଛନ୍ତି ।

Advertisment

ଟ୍ରେଲର ଆରମ୍ଭରେ ମାଧୁରୀଙ୍କୁ ଅନାମିକା ଆନନ୍ଦ ଭାବେ ପରିଚିତ କରାଯାଇଛି । ସେ ହଠାତ୍ ଅଦୃଶ୍ୟ ହୋଇଯାଆନ୍ତି ଏବଂ ତାଙ୍କର ଅଦୃଶ୍ୟ ହେବା ଏହା ତଦନ୍ତର ବିଷୟ ପାଲଟି ଯାଉଛି । ଏହି ତଦନ୍ତରୁ ତାଙ୍କ ଜୀବନର ଅନେକ ଅଶୁଣା କାହାଣୀକୁ ସାମ୍ନାକୁ ଆଣିଛି । ଏହି ଟ୍ରେଲରରେ ଅନାମିକାଙ୍କ 'ଅପୂର୍ଣ୍ଣ' ଜୀବନର ଚିତ୍ରକୁ ପ୍ରଦର୍ଶିତ କରୁଛି, ଯାହା ତାଙ୍କ ଭାବନାତ୍ମକ ଘଟଣାରୁ ନେଇ ପାରିବାରିକ ସମ୍ପର୍କ ପର୍ଯ୍ୟନ୍ତ ରହିଛି । ଯେମିତି ଯେମିତି ତା’ର ଅନ୍ଧକାର ରହସ୍ୟ ସାମ୍ନାକୁ ଆସୁଛି, ସେ ତା’ର ଜଟିଳ ଜୀବନ ଆଡକୁ ଈଶାରା କରୁଛି ଏବଂ ତା’ର ସୁପରଷ୍ଟାର ପଛରେ ଥିବା ଜୀବନକୁ ଦେଖାଉଛି ।