କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବେ ମାନସିକ ଅବସାଦ ଦେଇ ଗତି କରୁଛନ୍ତି । ମାଧୁରୀଙ୍କ ମା’ଙ୍କା ପରଲୋକ ହୋଇଛି । ଆଜି ସକାଳ ପାଖାପାଖି ୮.୪୦ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମାଧୁରୀଙ୍କ ମା’ ସ୍ନେହଲତା ଦୀକ୍ଷିତ ।
ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ଆଜି ଅପରାହ୍ନ ୩ଟା ୪୦ ମିନିଟରେ ୁମ୍ବାଇ ବର୍ଲିରେ ତାଙ୍କର ଅନ୍ତିମ ସଂସ୍କାର ହେବ । ଗତ ବର୍ଷ ମା’ଙ୍କ ଜନ୍ମ ଦିନର କିଛି ଖାସ୍ ଫଟୋ ସେୟାର କରିଥିଲେ ମାଧୁରୀ । ୩ ଭଉଣୀଙ୍କ ମଧ୍ୟରେ ମାଧୁରୀ ମା’ଙ୍କର ସବୁଠୁ ଅଧିକ ନିକଟତର ଥିଲେ । ତେଣୁ ମା’ଙ୍କ ଦେହାନ୍ତରେ ସେ ମାନସିକ ବିସାଦ ଭିତରେ ଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/madhuri.jpg)