ମୁଁ ମାଧୁରୀଙ୍କୁ ବିବାହ କରିବିନି ! କେଉଁ ଗାୟକ ପ୍ରତ୍ୟାଖ୍ୟାନ କରିଥିଲେ ଧକ୍ ଧକ୍ ଗର୍ଲଙ୍କୁ . .

ମୁଁ ମାଧୁରୀଙ୍କୁ ବିବାହ କରିବିନି ! କେଉଁ ଗାୟକ ପ୍ରତ୍ୟାଖ୍ୟାନ କରିଥିଲେ ଧକ୍ ଧକ୍ ଗର୍ଲଙ୍କୁ  . .

Image Courtesy : http://ste.india.com

ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷୀତ୍ ୯୦ ଦଶକର ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଅନ୍ୟତମ । ଦମଦାର୍ ଅଭିନୟ ଏବଂ ମନମୁଗ୍ଧକର ନୃତ୍ୟ ପାଇଁ ନିଜର ସ୍ୱତନ୍ତ୍ର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ମାଧୁରୀ । ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ମାଧୁରୀ ଚାରି ଥର ଫିଲ୍ମଫେୟାର୍ ଆୱାର୍ଡ ପାଇଛନ୍ତି । ଏହା ସହ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ମାଧୁରୀ ।

ତେବେ କଣ ଆପଣ ଜାଣନ୍ତି କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ୍ କରୁଥିବା ମାଧୁରୀଙ୍କୁ କିନ୍ତୁ ଗାୟକ ସୁରେଶ ୱାଡକର୍ ବିବାହ କରିବାକୁ ମନା କରିଦେଇଥିଲେ । ତେବେ ଏହି ଘଟଣା ମାଧୁରୀ ସିନେମା ଦୁନିଆରେ ପାଦ ରଖିବା ପୂର୍ବର କଥା । ମାଧୁରୀଙ୍କ ବାପା ମା’ ଚାହୁଁନଥିଲେ ଝିଅ ସିନେମାରେ କାମ କରୁ ବୋଲି । କାରଣ ସେମାନେ ଏହାକୁ ଘୋର ବିରୋଧ କରୁଥିଲେ । ତେଣୁ ମାଧୁରୀଙ୍କ ବାପା ତାଙ୍କ ପାଇଁ ପୁଅ ଦେଖିବା ଆରମ୍ଭ କରିଦେଇଥିଲେ ।

ତାଙ୍କର ତଲାସ୍ ଶେଷ ହୋଇଥିଲା ବଲିଉଡର ଲୋକପ୍ରିୟ ଗାୟକ ସୁରେଶ ୱାଡକରଙ୍କ ପାଖରେ । ମାଧୁରୀଙ୍କ ଏକ ଫଟୋ ସହ ସେମାନେ ସୁରେଶଙ୍କ ପାଖକୁ ବିବାହ ପ୍ରସ୍ତାବ ପଠାଇଥିଲେ । କିନ୍ତୁ ଫଟୋ ଦେଖୁ ଦେଖୁ ସୁରେଶ ବିବାହ ପାଇଁ ମନା କରିଦେଇଥିଲେ । ତାଙ୍କର କହିବା ଥିଲା ମାଧୁରୀ ବହୁତ ଦୁର୍ବଳ ଏବଂ ପତଳା । ପ୍ରସ୍ତାବ ଭାଙ୍ଗିବା ପରେ ମାଧୁରୀଙ୍କ ବାପା ମନଦୁଃଖ କରିଥିଲେ କିନ୍ତୁ ମାଧୁରୀ ଖୁବ୍ ଖୁସି ଥିଲେ । କାରଣ ଏହା ପରେ ତାଙ୍କୁ ସିନେମାରେ ଅଭିନୟ ପାଇଁ ଅନୁମତି ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe