କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଅନୁମାନ କରାଯାଉଛି କି ଫିଲ୍ମ ଦୁନିଆରେ ନିଜର ଯାଦୁ ଦେଖାଇ ସାରିବା ପରେ ଏବେ ରାଜନୀତିରେ ଯୋଗ ଦେଇପାରନ୍ତି ମାଧୁରୀ । ଏହା ବି ଆଲୋଚନା ହେଉଛି କି କିଛିଦିନ ହେବ ମାଧୁରୀ ଦିକ୍ଷୀତ ଅନେକ ନେତାଙ୍କ ସଂପର୍କରେ ରହିଛନ୍ତି । ଏହି ଆକଳନ ସେତେବେଳେ ଜୋର ଧରିଲା ଯେତେବେଳେ ବୁଧବାର ଦିନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱକପର ସେମି ଫାଇନାଲ ମ୍ୟାଚ ଖେଳାଯାଉଥିଲା । ଏହି ସମୟରେ ସେ ମହାରାଷ୍ଟ୍ର ଉପ ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ନିକଟରେ ବସିଥିଲେ ।

Advertisment

ବୁଧବାର ଦିନ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମି ଫାଇନାଲ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପହଂଚିଥିଲେ । ସେଠାରେ ସେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ସହ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ ତାଙ୍କ ସହ ଏନସିପି (ଅଜିତ ପାୱାର ଗୋଷ୍ଠୀ) ର ନେତା ପ୍ରଫୁଲ୍ଲ ପଟେଲ ଓ ବିଜେପି ନେତା ଆଶୀଷ ଶୋଲାର ମଧ୍ୟ ମାଧୁରୀଙ୍କ ନିକଟରେ ବସିଥିଲେ ।

ଏକ ମରାଠୀ ଗଣମାଧ୍ୟମ ତାର ରିପୋର୍ଟରେ ଦାବି କରିଛି କି, ସେପ୍ଟେମ୍ବର ୨୩ ତାରିଖରେ ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗଣେଷଉତ୍ସୋବ ଦେଖିବାକୁ ଦେବେନ୍ଦ୍ର ଫଡନଭିସଙ୍କ ବାସଭବନରେ ପହଂଚିଥିଲେ ସେତେବେଳେ ସେଠାରେ ଏକ ରାଜନୈତିକ ବୈଠକ ହୋଇଥିଲା । ଏହି ବୈଠକରେ ଦେବେନ୍ଦ୍ର ଫଡନଭିସ୍, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସାମିଲ ଥିଲେ । ଏହି ବୈଠକରେ ମଧ୍ୟ ମାଧୁରୀ ଦିକ୍ଷୀତ ସାମିଲ ହୋଇଥିବା କଥା ସେହି ଗଣମାଧ୍ୟମ ଦାବି କରିଛି । ଏହାପରେ ମୁମ୍ବାଇର କୌଣସି ଲୋକସଭା ଆସନରୁ ମାଧୁରୀ ଦିକ୍ଷୀତଙ୍କୁ ବିଜେପି ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।