ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲା, ବନ୍ଧା ହେଲା ସୁରେଶ ବେହେରାର ମୁଖ୍ୟ ସହଯୋଗୀ ମଧୁମଞ୍ଜରୀ ଧଳ । ଭିନ୍ନକ୍ଷମଙ୍କୁ ରାତିକ ରହଣି ପାଇଁ ୫ ହଜାର ଟଙ୍କାର ଦେଖାଉଥିଲା ଲୋଭ ।

288

କନକ ବ୍ୟୁରୋ : ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲାରେ ବନ୍ଧା ହେଲା ସୁରେଶ ବେହେରାର ମୁଖ୍ୟ ସହଯୋଗୀ ମଧୁମଞ୍ଜରୀ ଧଳ । ଭିନ୍ନକ୍ଷମଙ୍କୁ ରାତିକ ରହଣି ପାଇଁ ୫ ହଜାର ଟଙ୍କାର ଲୋଭ ଦେଖାଉଥିଲା ମଧୁମଂଜରୀ ଓ ସୁରେଶ ବେହେରା । ଗତକାଲି ଏୟାରପୋର୍ଟ ଥାନାରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଭିନ୍ନକ୍ଷମ । ଅନ୍ୟପକ୍ଷେ ସୁରେଶ ବେହେରା ଏଯାଏଁ ବି ଫେରାର ରହିଛି ।

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦୁଇ ମାସ ତଳୁ ଅଭିଯୋଗ ହୋଇଥିଲେବି ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାକୁ ଏପର୍ଯ୍ୟନ୍ତ ଧରିପାରିନି ପୋଲିସ । ଅଭିଯୋଗ ସତ୍ୱେ ସୁରେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଫେରାର ହେବାରେ ସକ୍ଷମ ହୋଇଛି ସୁରେଶ ।