କୋର୍ଟ ପରିସରରେ ଜଜଙ୍କୁ ପିଟିଲେ ପୋଲିସ, ଜାଣନ୍ତୁ କାହିଁକି ?

241

କନକ ବ୍ୟୁରୋ : ଆମେ ଦ୍ୱିତୀୟ ଭଗବାନ ଭାବେ ଡାକ୍ତର ଓ ବିଚାରପତିଙ୍କୁ ମାନିଥାଉ । ହେଲେ ଜଣେ ପୋଲିସ କର୍ମୀ କୋର୍ଟ ପରିସରରେ ବିଚାରପତିଙ୍କୁ ମାଡ ମାରିବା ଓ ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଅନ୍ୟପାଟେ କିଛିଦିନ ତଳେ ଝାଡଖଣ୍ଡର ଜଣେ ବିଚାରପତିଙ୍କୁ ଅଟୋ ମଡାଇ ମାରିଦେବା ଭଳି ଖବର ବି ଆପଣ ଶୁଣିଥିବେ । ଏଥିରୁ ଅନୁମାନ କରାଯାଉଛି ଯେ ଏ ଦେଶରେ ବି ବିଚାପତିଙ୍କ ଜୀବନ ସୁରକ୍ଷିତ ନୁହେଁ ।

ମଧୁବନୀ ଜିଲ୍ଲାର ଝାଞ୍ଜରପୁର ନ୍ୟାୟାଳୟର ବୈଧିକ ସେବା ସମିତି ଅଧ୍ୟକ୍ଷ (ଏଡିଜି) ଅବିନାଶ କୁମାରଙ୍କ ଉପରେ ଯେଭଳି ଭାବେ ଜିଲ୍ଲାର ଘୋଘରଡିହା ଥାନାଧ୍ୟକ୍ଷ ଗୋପାଳ କୃଷ୍ଣ ଓ ସେହି ଥାନାର ଏସଆଇ ଅଭିମନ୍ୟୁ ଶର୍ମା ଆକ୍ରମଣ କରିବା ସହ ଧମକ ଦେଇଛନ୍ତି ତାହା ଭାରତ ଇତିହାସର ପ୍ରଥମ ଘଟଣା ।

ଏଡିଜି ଅବିନାଶ କୁମାର ନିଜର ନିଷ୍ପତ୍ତିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏକ ମାମଲାର ଶୁଣାଣି କରି ଅବିନାଶ ଜଜ୍ ଅବିନାଶ ଶର୍ମା କହିଥିଲେ କି ଅଭିଯୁକ୍ତ ମହିଳା ଜଣଙ୍କ ପୁରା ଗାଁ ଲୋକଙ୍କର ଲୁଗା ସଫା କରିବା ସର୍ତ୍ତରେ ତାଙ୍କୁ ଜାମିନ ଦେଇଥିଲେ । ସେହିଭଳି ଅନ୍ୟଏକ ମାମଲାର ଶୁଣାଣି କରି ଜଣେ ଶିକ୍ଷକଙ୍କୁ ପ୍ରଥମରୁ ୫ ଶ୍ରେଣୀ ପିଲାଙ୍କୁ ମାଗଣାରେ ପଢାଇବା ସର୍ତ୍ତରେ ଜାମିନ ଦେଇଥିଲେ । ଏହାସହ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖି ମଧୁବନୀ ଏସପି ଡ. ସତ୍ୟ ପ୍ରକାଶକୁ ଆଇନ ଶିଖାଇବାକୁ ପରାମର୍ଶ ଦେଇଥିଲେ । ଏହି ଘଟଣାକୁ ନେଇ ଦୁଇଜଣ ପୋଲିସ କର୍ମୀ ରାଗରେ ଥିଲେ ଓ ଏହାର ପ୍ରତିଶୋଧ ନେବାକୁ ସେମାନେ ଜଜ୍ ଅବିନାଶଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ ।

କିଛିଦିନ ତଳେ ଜଣେ ମହିଳା ଉଷା ଦେବୀ ଥାନା ଅଧିକାରୀ ତାଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ରୁଜୁ କରିଥିବା ନେଇ କୋର୍ଟରେ ଆବେଦନ କରିଥିଲେ । ଏହାକୁ ନେଇ କୋର୍ଟ ବୁଧବାର ଦିନ ଘୋଜରଡିହା ଥାନାର ଏସଏଚଓଙ୍କୁ ହାଜର ହେବାକୁ ନୋଟିସ ଦେଇଥିଲେ । ହେଲେ ସେଦିନ ଏସଏଚଓ କୋର୍ଟରେ ହାଜର ହୋଇ ନଥିଲେ ।

ଗୁରୁବାର ଦିନ ଏସଏଚଓ କୋର୍ଟରେ ହାଜର ହେବାକୁ ଆସି ଜଜ୍ ଅବିନାଶ କୁମାରଙ୍କ ସହ ଅସଭ୍ୟ ଆଚରଣ କରିଥିଲେ । କଥା ଏତେ ଆଗକୁ ବଢିଯାଇଥିଲା କି ଏସଏଚଓ ଜଜଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ । ଏହି ସମୟରେ ସୌଭାଗ୍ୟବସତ ଜଜଙ୍କୁ ସୁରକ୍ଷା କର୍ମୀ ଏସଏଚଓଙ୍କୁ କାବୁ କରିବାରେ ସମର୍ଥ ହୋଇଥିଲେ । ହେଲେ ସେତେବେଳକୁ ଜଜ ଆହତ ହୋଇସାରିଥିଲେ ।

ଏହାପରେ କୋର୍ଟରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ଏସଏଚଓଙ୍କୁ ପ୍ରବଳ ମାଡ ମାରିଥିଲେ । ଏହି ଘଟଣାକୁ ନେଇ ଦରଭଙ୍ଗା ଆଇଜି ଅଜିତାଭ ଚୌଧୁରୀଳ ମଧୁବନୀ ଡିଏମ ଅମିତ କୁମାର ଓ ଏସପି ସତ୍ୟପ୍ରକାଶ ବୈଠକ କରି ଘଟଣାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ।