ଅଡୁଆରେ ବିଜେପି ଫାୟାରବ୍ରାଣ୍ଡ ପ୍ରାର୍ଥୀ ମାଧବୀଲତା । ମୁସଲିମ ଭୋଟରଙ୍କ ବୁର୍ଖା କାଢି ପରିଚୟପତ୍ର ଯାଂଚ, ମାମଲା ରୁଜୁ

1,043

କନକ ବ୍ୟୁରୋ : ଅଡୁଆରେ ବିଜେପିର ଫାୟରବ୍ରାଣ୍ଡ ପ୍ରାର୍ଥୀ ମାଧବୀଲତା । ପୋଲିଂବୁଥରେ ମୁସଲିମ ମହିଳାଙ୍କ ପରିଚୟ ପତ୍ର ଯାଂଚ କରି ସେ ଅଡୁଆରେ ପଡିଛନ୍ତି ।କେବଳ ସେତିକି ନୁହେଁ ମହିଳାଙ୍କୁ ବୁର୍ଖା ଟେକି ମୁହଁ ଦେଖାଇବାକୁ ମାଧବୀଲତା ବାଧ୍ୟ କରିଥିଲୋ । ଭିଡିଓ ସାମ୍ନାକୁ ଆସିବାରେ ପ୍ରଥମେ ଭାଇରାଲ ଓ ପରେ ବିବାଦ ବଢ଼ିଛି । ଆଇପିସି ଓ ଜନପ୍ରତିନିଧି ଆଇନ ଅନୁସାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ମାଲାକପେଟ ଥାନାରେ ମାମଲା ରୁଜୁ କରାଯାଇଛି । ଆଜି ୪ର୍ଥ ପର୍ଯ୍ୟାୟ ପାଇଁ ଭୋଟ ପଡୁଥିବାବେଳେ ବିଭିନ୍ନ ପୋଲିଂବୁ୍ଥରେ ପହଁଚିଥିଲେ ମାଧବୀ ।ରାଜ୍ୟ ନିର୍ବାଚନ ଅଧିକାରୀ ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି । କୌଣସି ପ୍ରାର୍ଥୀଙ୍କ ଅଧିକାର ନାହିଁ ଯେ ଭୋଟରଙ୍କ ପରିଚୟପତ୍ର ଯାଂଚ କରିବେ । ଯଦି କୌଣସି ସହେନ୍ଦ ହେଉଛି ତେବେ ନିର୍ବାଚନ କମିଶନ ଅଧିକାରୀଙ୍କୁ ଅବଗତ କରାଇପାରିବେ । ମାଧବୀଲତା ବୁର୍ଖା କାଢ଼ିବା କହି ପରିଚୟ ପତ୍ର ସହ ଭୋଟରଙ୍କ ଚେହେରା ମିଶୁଛି ନା ନାହିଁ ଏଭଳି କରିବା ନିୟମର ଉଲ୍ଲଂଝଘନ ବୋଲି ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି । ସେପଟେ ସଫେଇ ରଖିଛନ୍ତି ମାଧବୀ ।