ଅନୁଗୁଳ : ସରକାର ଗୁଣ୍ମାତକ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ସର୍ବଶିକ୍ଷା ଅଭିଯାନ ଭଳି ଏମିତି ଅନେକ ଯୋଜନା କରିଛନ୍ତି ସତ ହେଲେ ସରକାର ଙ୍କ ଏଭଳି ଯୋଜନା ଅପହଞ୍ଚ ଠାରୁ ବହୁ ଦୂରତାରେ ଥିବାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ର ମାଧପୁର ଉଚ୍ଚ ବିଦ୍ୟାଳୟରେ । ଶିକ୍ଷକ ଅଭାବ ସାଙ୍ଗକୁ ବିଭିନ୍ନ ସମସ୍ୟା ରେ ବୁଡି ରହି ଥିବା ଏହି ବିଦ୍ୟାଳୟ କୁ ଗତ ୩ ଦିନ ଧରି ତାଲା ପକାଇଛନ୍ତି ଅଭିଭାବକ । ତେବେ ସରକାରଙ୍କ ଶିକ୍ଷାମାରଣା ନୀତି କୁ ପଦାରେ ପକାଇ ଦେଇଥିବା ଭଳି ଘଟଣା ନଜରକୁ ଆସିଛି । ବିଦ୍ୟାଳୟରେ ପଡିଛି ତାଲା, ବାହାରେ ଛାତ୍ର ଓ ଅଭିଭାବକଙ୍କ ଆନ୍ଦୋଳନ । ଭିତିଭୂମିର ଅଭାବ ସାଙ୍ଗକୁ ପାଠ ପଢାରେ ଅବ୍ୟବସ୍ଥାରେ ଅତିଷ୍ଠ ଛାତ୍ରଛାତ୍ରୀ । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କଲେ ବି ଫଳ ଶୂନ । ଆଉ ଶେଷରେ ପାଠ ପଢା ଛାଡି ଆନ୍ଦୋଳନର ରାସ୍ତା ବାଛି ନେଇଛନ୍ତି ଛାତ୍ର ଛାତ୍ରୀ ।
ଅନୁଗୁଳ ଜିଲ୍ଲାର ସର୍ବପୂରାତନ ହାଇସ୍କୁଲ ହେଉଛି ମାଧପୁର ଉଚ୍ଚ ବିଦ୍ୟାଳୟ । ହେଲେ ନାହିଁ ନାହିଁରେ ଚାଲଛି ସ୍କୁଲ । ଅଷ୍ଟମରୁ ଦଶମ ଯାଏଁ ଅଛନ୍ତି ୬୦୦ ଛାତ୍ରଛାତ୍ରୀ । ହେଲେ ପାଠ ପଢାଇବା ପାଇଁ ମାତ୍ର ୫ଜଣ ଶିକ୍ଷକ । ଶିକ୍ଷକ ଅଭାବ ଯେ, ଗୋଟିଏ ସମସ୍ୟା ତା ନୁହେଁ । ଶ୍ରେଣୀଗୃହ ଅଭାବ ଯୋଗୁଁ ଗଛ ତଳେ ଚାଲେ ପାଠ ପଢା । ଦିନରେ ଖରା ଆଉ ରାତିରେ ତାରା ଦିଶିବା ଭଳି ଅବସ୍ଥା । ବର୍ଷା ହେଲେ ତ ସ୍ଥିତି ସାଙ୍ଘାତିକ ହୋଇଯାଏ, ସମସ୍ୟାର ତାଲିକା ଏଠି ସରିଯାଏନି । ବିଦ୍ୟାଳୟରେ ନା ଅଛି ପିଇବା ପାଣିର ସୁବିଧା ନା ଶୌଚାଳୟ । ଶିକ୍ଷାର ଉନ୍ନତି ପାଇଁ ସର୍ବ ଶିକ୍ଷା ଅଭିଯାନ, ମାଗଣା ଲ୍ୟାପଟପ ବଂଟନ ଭଳି କେତେ କଣ ଯୋଜନା ଥିବା କହୁଛନ୍ତି ସରକାର । ହେଲେ ଅନୁଗୁଳର ଏହି ଦୃଶ୍ୟ ଶିକ୍ଷା ପ୍ରତି ସରକାରଙ୍କ ଆନ୍ତରିକତାକୁ ଉପହାସ କରିବା ସାଙ୍ଗରେ ସମାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/vlcsnap-2016-06-23-16h19m12s190.png)