ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ନ କହିବାରୁ ଜଣେ ମଦ୍ରାସି ଶିକ୍ଷକଙ୍କୁ ମାରପିଟ୍ ହେବା ମାମଲା ଏବେ ସାମ୍ନାକୁ ଆସିଛି । ଶିକ୍ଷକ ଜଣକ ଅଭିଯୋଗ ଆଣିଛନ୍ତି କି ସେ ଜୟ ଶ୍ରୀରାମ ନ କହିବା କାରଣରୁ ତାଙ୍କୁ ଏକ ଗ୍ରୁପ୍ ମାରପିଟ କରିବା ସହ ଚଳନ୍ତା ଟ୍ରେନରୁ ଧକ୍କା ଦେଇଥିଲେ । ସରକାରୀ ରେଳୱେ ପୋଲିସ୍ ର ଜଣେ ଅଧିକାରୀ ଏନେଇ ମଙ୍ଗଳବାର ସୂଚନା ଦେଇଥିଲେ । ଝାରଖଣ୍ଡ ଭିଡହିଂସାର ଦୁଇ ଦିନ ପରେ ଏଭଳି ଏକ ଖବର ସମସ୍ତଙ୍କୁ ଚକିତ କରିଦେଇଛି । ଯେଉଁଥିରେ ୨୨ ବର୍ଷୀୟ ତବରେଜ୍ ଅନ୍ସାରୀଙ୍କୁ ଭିଡ ୧୮ ଘଣ୍ଟା ପିଟିବା ସହ ଜୟ ଶ୍ରୀରାମ ଏବଂ ଜୟ ହନୁମାନ କହିବାକୁ ବାଧ୍ୟ କରିଥିଲେ । ତବରେଜ୍ ଙ୍କୁ ଏତେ ପିଟା ଯାଇଥିଲା ଯେ ସେ ଜୀବନ ହାରିଦେଇଥିଲେ ।

Advertisment

publive-image

ବର୍ତ୍ତମାନ ତାଜା ଖବରରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାର ୨୬ ବର୍ଷୀୟ ମଦ୍ରାସି ଶିକ୍ଷକ ହଫିଜ୍ ମହମ୍ମଦ ଶାହରୁଖ୍ ହଲଦରଙ୍କୁ ଗତ ଗୁରୁବାର ଟ୍ରେନରେ ଯାତ୍ରା କରୁଥିବା ସମୟରେ କିଛି ଲୋକ ତାଙ୍କ ପାଖକୁ ଆସି ‘ଜୟ ଶ୍ରୀରାମ’ କହିବା ପାଇଁ କହିଥିଲେ କିନ୍ତୁ ହଫିଜ୍ ଏଥିପାଇଁ ମନା କରିବାରୁ ସବୁ ମିଶି ତାଙ୍କୁ ନିର୍ଦ୍ଧୁମ୍ ପିଟିଥିଲେ ଏବଂ ଟ୍ରେନରୁ ତାଙ୍କୁ ଧକ୍କା ଦେଇଥିଲେ । ହଫିଜ୍ ମହମ୍ମଦଙ୍କ ଆଖି ଏବଂ ଗୋଡରେ ଆଘାତ ହୋଇଛି । ଏନେଇ ସେ ସୋମବାର ବାଲିଗଞ୍ଜ ଜିଆରପିଏସ୍ ରେ ଅଜ୍ଞାତ ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।