କନକ ବ୍ୟୁରୋ : ବାହାରୁ ପଡିଥିଲା ସଟର । ହେଲେ ଭିତରେ ଚାଲିଥିଲା ନାଚ ଗୀତର ଆସର । କେବଳ ପୁରୁଷ ନୁହେଁ ପୁରୁଷଙ୍କ ସହ ମିଶି ଯୁବତୀମାନେ ବି କରୁଥିଲେ ପାର୍ଟି । ରାତି ୧୦ ଟା ପରେ କୋଭିଡ ନିୟମ ଉଲଙ୍ଘନ କରି ଏଭଳି ଆସର ଚାଲିଥିବା ଏକ ବାରକୁ ସିଲ କରିଛି ବିଏମସି । ବିଏମସିର ଏନଫୋର୍ସମେଂଟ ସ୍କେ୍ୱାର୍ଡ ଏବଂ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଚଢାଉ କରି ଖାରବେଳ ନଗର ଅଂଚଳରେ ଥିବା ମ୍ୟାଡ ମୁଲ ବାରକୁ ସିଲ କରାଯାଇଛି । କରୋନା ସଂକ୍ରମଣ ପାଇଁ ଏବେ ରାଜ୍ୟର ସମସ୍ତ ସହରାଂଚଳରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ରାତି ୧୦ ଟାରୁ ସକାଳ ୫ ଟା ଯାଏ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ହେଲେ ରାଜଧାନୀରେ କିଛି ବାର ଏସବୁ ନିୟମକୁ ପାଳନ କରୁ ନଥିବା ଦେଖିବାକୁ ମିଳିଛି । ଏପରିକି ବାର ଭିତରେ ମଧ୍ୟ ସାମାଜିକ ଦୂରତା ପାଳନ କରାଯାଉନାହିଁ ।
ମ୍ୟାଡ଼ ମୁଲ ବାର ସିଲ । ଚଢଉ କଲେ ବିଏମସି ଅଧିକାରୀ ଓ ଖାରବେଳ ନଗର ପୋଲିସ
/kanak/media/post_attachments/wp-content/uploads/2021/09/Screen-Shot-2021-09-12-at-8.36.44-AM.png)