କନକ ବ୍ୟୁରୋ : ଭାରତରେ ପହଁଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ରାଜସ୍ଥାନ ଜୟପୁରରେ ପହଁଚିବାପରେ ମାକ୍ରନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଓ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ । ରାଜସ୍ଥାନର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲି ଦେଖିବା ସହ ସ୍ଥାନୀୟ ବ୍ୟବସାୟୀଙ୍କୁ ସାମଗ୍ରୀ କିଣିଥିଲେ । ଆସନ୍ତାକାଲି ୭୫ତମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ।

ରାଜସ୍ଥାନ ଜୟପୁରରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ରୋଡ ଶୋ । ଜୟପୁର ହାୱାମହଲରୁ ଉଭୟ ରାଷ୍ଟ୍ରନେତା ରୋଡ ଶୋ କରିଛନ୍ତି । ମୋଦୀ ଓ ମାକ୍ରନଙ୍କୁ ଦେଖିବା ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ଭାରତର ରହଣୀ ସମୟରେ ଭାରତ ଓ ଫ୍ରାନ୍ସ ରାଷ୍ଟ୍ରମୁଖ୍ୟ ବୈଠକ କରିବା ସହ ଦ୍ୱିପାକ୍ଷୀକ ବୁଝାମଣା ସ୍ୱ।।କ୍ଷର ହେବ । ଭାରତ-ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପକ; ଗତ କିଛି ବର୍ଷ ହେବ ବେଶ ମଜଭୁତ ହୋଇଛି । ରାଫେଲ ଯୁଦ୍ଧ ବିମାନ କିଣିବା ପରେ ଭାରତ ରାଫେଲ ମେରାଇନ ବିମାନ ଓ ସ୍କର୍ପିଓନ ଶ୍ରେଣୀର ୩ ସବମେରାଇନ କ୍ରୟକୁ ନେଇ ଆଲୋଜଚନା କରିପାରେ ।