କନକ ବ୍ୟୁରୋ: ଖବର ପ୍ରସାରଣ ପରେ ତତ୍ପର ବିଏମସି । ଭୁବନେଶ୍ୱର ସୈନିକ ସ୍କୁଲ ପଛ ପଟେ ଥିବା ଡମ୍ପିୟାଡରେ ଅଳିଆ ପୃଥକୀରଣ ପାଇଁ ଆସିଲା ମେସିନ୍ । ବିଏମ୍ସି ପକ୍ଷରୁ ଟରେକ୍ସ ୱାରିଅର ମେସିନ୍ ଅଣାଯାଇଛି । ଏହି ମେସିନ୍ ଦ୍ୱାରା ଏକ ଘଣ୍ଟାରେ ୫୦ରୁ ୭୦ ଟନ୍ ଅଳିଆକୁ ଅଲଗା କରାଯାଇପାରିବ । ଏହା ଦ୍ୱାରା ଗନ୍ଧ କରିପାରେ ।
ଭୁବନେଶ୍ୱର ରଙ୍ଗମାଟିଆ ଡମ୍ପିଂୟାର୍ଡରୁ ନାକଫଟା ଦୁର୍ଗନ୍ଧ ବାହାରୁଥିବା ନେଇ ଖବର ପ୍ରଶାସନ କରାଯାଇଥିଲା । ବାରମ୍ବାର ଖବର ପ୍ରସାରଣ ପରେ ବିଏମ୍ସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ରଙ୍ଗମାଟିଆ ଡମ୍ପିଂୟାର୍ଡରୁ ଏପରି ଦୁର୍ଗନ୍ଧ ହେଉଛି ଯେ, ସ୍କୁଲରେ ବସି ପାଠ ପଢି ହେଉନାହିଁ । ନାକରେ ହାତ ଦେଇ ପାଠ ପଢୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଫଳରେ ପିଲାମାନେ ସ୍କୁଲ ଛାଡି ପଳାଉଛନ୍ତି । ଗତ ମେ’ ମାସ ୧୭ ତାରିଖରୁ ଦାରୁଠେଙ୍ଗରେ କୌଣସି ଅଳିଆ ପଡୁନାହିଁ । ସହରର ସମସ୍ତ ଅଳିଆ ଏବେ ସୈନିକ ସ୍କୁଲ ପଛପଟେ ଥିବା ରଙ୍ଗମାଟିଆ ଡମ୍ପିଂୟାର୍ଡରେ ପଡୁଛି । ସହରର ସବୁ ଅଳିଆ ଗୋଟିଏ ଅଳିଆଗଦାରେ ପଡୁଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ଅଂଚଳ । କେବଳ ସ୍କୁଲ ନୁହଁ, ସ୍ଥାନୀୟ ଅଂଚଳରେ ଲୋକେ ରହିବା ମଧ୍ୟ ଅସମ୍ଭବ ହୋଇପଡ଼ିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/14-2.jpg)