ଗୋପରୁ ତୈଳ ଓ ପ୍ରାକୃତିକ ଗ୍ୟାସ୍ ସନ୍ଧାନ ମିଳିବା ପରେ ପହଞ୍ଚିଲା ଅତ୍ୟାଧୁନିକ ମେସିନ୍ । ଖୁବଶୀଘ୍ର ଆରମ୍ଭ ହେବ ଖନନ କାର୍ଯ୍ୟ ।

225

କନକ ବ୍ୟୁରୋ: ଗୋପରୁ ତୈଳ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ମିଳିବା ପରେ ପହଞ୍ଚିଲା ଅତ୍ୟାଧୁନିକ ମେସିନ୍ । ୧୧ଟି ଅତ୍ୟାଧୁନିକ ମେସିନ୍ ସହ ଖନନ ପାଇଁ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚିଛି । ଆଗକୁ ଆହୁରି ମେସନ୍ ଆସିବ ବୋଲି ଅଏଲ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଏହି ଅତ୍ୟାଧୁନିକ ମେସନ୍ ଦ୍ୱାରା ଖନନ କରାଯାଇ ମାଟିତଳୁ ବାହାରିଥିବା ପଙ୍କ, ମାଟି ଓ ବାଲିକୁ ନିଆଯାଇ ରି-ଫାଇନ୍ କରାଯିବା ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ଅଏଲ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ସହିତ ଆଉ କିଛି ରାଜ୍ୟରୁ ଏହି ଅତ୍ୟାଧୁନିକ ମେସିନ୍ ଗୋପକୁ ଅଣାଯାଇଛି । ଗୋପ ବ୍ଲକର କୁଶୁପୁର, ମହଲପଡା ପଞ୍ଚାୟତର ଚିତ୍ରା ଗାଁରୁ ପ୍ରାକୃତିକ ଗ୍ୟାସ୍ ସହିତ ପେଟ୍ରୋଲ, ଡିଜେଲ୍ ସନ୍ଧାନ ମିଳିବା ପରେ ୨ଟି ପର୍ଯ୍ୟାୟରେ ଖୋଳିବା କାମ କରାଯାଇଥିଲା । ପରେ କୁଶୁପୁର ଅଞ୍ଚଳର ୮ ଏକର ଜମି ଚିହ୍ନଟ କରାଯାଇ ୩୭ ଜଣ ଚାଷୀଙ୍କ ଜମିକୁ ଲିଜ୍ ଆକାରରେ ନିଆଯାଇ ୯୭ ଲକ୍ଷ ଟଙ୍କା ଚେକ୍ ଆକାରରେ ଦିଆଯାଇଛି ।