ଅଣ୍ଡା ଉପରକୁ ମାଡ଼ି ଆସୁଥିଲା ମୃତ୍ୟୁର ମେସିନ୍ । ଲୌହ ଦାନବ ସହ ଲଢେଇ କଲା ପକ୍ଷୀ ମାଆ । ମମତା ଆଗରେ ହାର ମାନିଲା ବୁଲଡୋଜର ।

Advertisment
ଅଣ୍ଡା ଉପରକୁ ମାଡ଼ି ଆସୁଥିଲା ମୃତ୍ୟୁର ମେସିନ୍ । ଲୌହ ଦାନବ ସହ ଲଢେଇ କଲା ପକ୍ଷୀ ମାଆ । ମମତା ଆଗରେ ହାର ମାନିଲା ବୁଲଡୋଜର ।

କନକ ବ୍ୟୁରୋ: ଧୁଧୁ ଅପରାହ୍ମ, ଏପ୍ରିଲ ମାସର ଖଇଫୁଟା ଖରା । ପକ୍ଷୀଟିଏ ନୂଆ ନୂଆ ମାତୃତ୍ୱ ଲାଭ କରିଛି । ଅଣ୍ଡାରୁ ଛୁଆ ଫୁଟିବାକୁ ଅନେଇ ରହିଛି । କେବେ ତା ଅଣ୍ଡାରୁ ତା ସ୍ନେହବୋଳା ଶାବକ ଦୁନିଆର ଆଲୋକ ଦେଖିବେ, ଚିଁଚିଁ ଶବ୍ଦରେ ତାକୁ ମାଆ ମାଆ ବୋଲି... ତାକୁ ଛୁଇଁଦେବେ, ତାସହ ବୁଲିବେ, ଚରିବେ, ଉଡିବେ... ଏଇ ସ୍ୱପ୍ନ ନେଇ, ଏଇ ଆଶା ନେଇ ତତଲା ଖରାକୁ ପିଠି କରି ମାଆ ମାଟି ଉପରେ ଅଣ୍ଡାକୁ ରଖି ଚାହିଁ ବସିଛି । ହେଲେ ଏତିକି ବେଳେ ପକ୍ଷୀର ଅଣ୍ଡା ଆଡକୁ ମାଡି ଆସୁଛି ଲୌହ ଦାନବ । ମେସିନ ରୂପୀ ମୃତ୍ୟୁ ତା ଛୁଆଙ୍କ ଆଡକୁ ଆଗେଇ ଆସୁଛି । ଆଉ ନିଜ ପିଲାଙ୍କ ପ୍ରତି ଆସନ୍ନ ବିପଦ ଦେଖି ମୃତ୍ୟୁ ମୁହଁକୁ ଡେଇଁପଡୁଛି ମାଆ । ମୁଁ ପଛେ ମରିଯିବି ହେଲେ ମୋ ଛୁଆଙ୍କର କିଛି ହେବାକୁ ଦେବିନି । ଏଇ ଦମ୍ଭର ସହ ସାମ୍ନାରୁ ମାଡି ଆସୁଥିବା ମୃତ୍ୟୁର ମେସିନକୁ ରୋକିବାକୁ ଡେଣା ମେଲାଇ ବୁଲଡୋଜରକୁ ଡରାଇ ଚାଲିଛି ଜଣେ ପକ୍ଷୀ ମାଆ...

ସେ ମଣିଷ ହେଉ କି ପଶୁପକ୍ଷୀ । ନିଜ ପିଲା ସମସ୍ତଙ୍କର ପ୍ରିୟ । ଆଉ ପିଲାଙ୍କ ପାଇଁ ମାଆ ଗୋଟେ ବଡ ଯୋଦ୍ଧା । ନିଜ ପିଲା ପାଇଁ ମାଆ କିଛି ବି କରିପାରେ । ପିଲାର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେବାକୁ ପଛାଏନି ମାଆ । ଆପଣ ଦେଖୁଥିବା ଏ ଦୃଶ୍ୟରେ ସେମିତି ଜଣେ ସାହସୀ ମାଆର କାହାଣୀ ଆମେ କହୁଛୁ । ଯେଉଁଠି ପକ୍ଷୀ ମାଆଟି ତା ଅଣ୍ଡାକୁ ସୁରକ୍ଷିତ ରଖିବା ପାଇଁ ବୁଲଡୋଡର ସହ ସାମ୍ନାସାମ୍ନି ହେଉଛି । ଦେଖନ୍ତୁ କେମିତି ଦୂରରୁ ଆସୁଥିବା ବୁଲଡୋଡର ଦେଖି ପକ୍ଷୀଟି ଅଣ୍ଡାକୁ ଘେରିଯାଇ ଅଣ୍ଡା ଉପରେ ବସୁଛି । ଆଉ ତା ପଙ୍ଖ ମେଲାଇ ଅଣ୍ଡାକୁ ସୁରକ୍ଷା ଦେଉଛି । ହେଲେ ଯେତେବେଳେ ଲୌହ ଦାନବର ଚକ ଜୋର ଜୋରରେ ମାଡି ଆସୁଛି ସେତେବେଳେ ପକ୍ଷୀ ମାଆଟି ଚିକ୍ରାର କରିବା ଆରମ୍ଭ କରୁଛି । କିନ୍ତୁ ଡ୍ରାଇଭରକୁ ଶୁଣାଯାଉନି ସାମାନ୍ୟ ପକ୍ଷୀର ସ୍ୱର । ଗାଡି ଯେତେ ମାଡୁଛି, ମାଆର ଡର ସେତେ ବଢୁଛି । ଆଉ ସେ ନିଜ ଦେହର ସବୁ ବଳକୁ ଏକାଠି କରି ବୁଲଡୋଜର ସହ ଲଢେଇ କରୁଛି । ତାକୁ ଫେରିଯିବାକୁ ଆହ୍ୱାନ ଦେଉଛି । ତା ଥଣ୍ଟରେ ଜେସିବିର ଲୁହାକୁ ଆଘାତ ଦେଇ କ୍ଷତାକ୍ତ କରିବାକୁ ଶକ୍ତି ସଂଚାର କରୁଛି । ଚିଁ ଚିଁ ଚିକ୍ରାର କରି ମାଆଟିଏ ଶକ୍ତି ପ୍ରଦର୍ଶନ କରୁଛି । ଆଉ ଶେଷରେ ଗୋଟେ ମା’ର ମମତା ଦେଖି ପଛକୁ ପଛ ଫେରିଯାଉଛି ବୁଲଡୋଜର, ମାଆର ସାହସ ପାଇଁ ନିଶ୍ଚିତ ମୃତ୍ୟୁରୁ ବଞ୍ଚି ଯାଉଛନ୍ତି ଅଣ୍ଡାମାନେ ।

ପକ୍ଷୀ ମାଆର ପିଲାପ୍ରତି ଏ ସ୍ନେହ, ଏ ମମତାର ଭିଡିଓ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା । ଯେଉଁଠି ପକ୍ଷୀ ମାଆର ମମତା ଆଗରେ ହାର ମାନିଲା ମେସିନ । ଭିଡିଓଟି ଛାଡି ମହିନ୍ଦ୍ରା ପକ୍ଷୀକୁ ସଲାମ ଦେବା ସହ ଲେଖିଛନ୍ତି ମାଆ ତୁଝେ ସଲାମ । ସତରେ ଦୁନିଆରେ ମାଆମାନେ ହେଉଛନ୍ତି ଜଣେ ଜଣେ ଶକ୍ତ ଯୋଦ୍ଧା । ଯିଏ ନିଜ ପିଲା ପାଇଁ ସାଜନ୍ତି ସାହସ, ଶକ୍ତି ଓ ପ୍ରେରଣା । ପକ୍ଷୀ ହେଲା ତ କଣ ହେଲା, ପକ୍ଷୀ ମାଆର ଭିଡିଓଟି ସାରା ମାତୃ ଜାତିର ଶକ୍ତିକୁ ନମସ୍କାର କରିବାକୁ ସୁଯୋଗଟିଏ ଦେଇଛି ।

ଖାଲି ପକ୍ଷୀର ଭିଡିଓ ନୁହେଁ ପୂର୍ବରୁ ମାଛ ଧରା ଭିଡିଓରେ ସଫଳତାର ମନ୍ତ୍ର ଶିଖାଇଥିଲେ ମହିନ୍ଦ୍ରା । କେମିତି ଗୋଟେ କୁନି ପୁଅ ନିଜ ଉଦ୍ୟମ, ଧର୍ଯ୍ୟ ବଳରେ ସଫଳତା ପାଉଛି ତାହା ଏହି ମାଛ ଭିଡିଓରେ ଦେଖାଇଥିଲେ । ଆଉ ଏବେ ପକ୍ଷୀ ମାଆର ଭିଡିଓ ଛାଡି ମାଆ ମମତାର ଭଲପାଇବାକୁ ଦେଖାଇଛନ୍ତି ମହିନ୍ଦ୍ରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe