କନକ ବ୍ୟୁରୋ: ମହା ବିଷୁବ ପଣା ସଂକ୍ରାନ୍ତି ପାଇଁ କେନ୍ଦୁଝର ଘଟଗାଁ ତାରିଣୀ ପୀଠରେ ଭୋର ଭୋର ଭିଡ଼ ଦେଖିବାକୁ ମିଳିଛି । ଗତ ମଙ୍ଗଳବାରଠାରୁ ୬ ଦିନ ଧରି ମା’ ତାରିଣୀଙ୍କ ଚଇତି ପର୍ବ ପାଳିତ ହେଉଥିବା ବେଳେ ଆଜି ଏହାର ଉଦଯାପନୀ ଉତ୍ସବ । ଆଜି ଭୋର ୫ଟାରୁ ମା’ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।