ବିଧାୟକଙ୍କୁ ବିଦା କରିବା ପାଇଁ ଜନତାଙ୍କ ଶପଥ : ମା’ ତାରିଣୀଙ୍କ ପୀଠରେ ଶପଥ ନେଲେ ସୋର ନିର୍ବାଚନ ମଣ୍ଡଳୀର ପ୍ରାୟ ୬୦୦ କର୍ମୀ

1,525

କନକ ବ୍ୟୁରୋ : ବିଧାୟକଙ୍କୁ ବିଦା କରିବା ପାଇଁ ଜନତାଙ୍କ ଶପଥ । ମା’ ତାରିଣୀଙ୍କ ପୀଠରେ ଏଭଳି ଶପଥ ନେଇଛନ୍ତି ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀର ପ୍ରାୟ ୬୦୦ କର୍ମୀ । ସୋର ବିଧାୟକ ପର୍ଶୁରାମ ଧଡା ଜଣେ ଦୂରାଚାରୀ ଜନ ପ୍ରତିନିଧି ବୋଲି ଅଭିଯୋଗ କରିବା ସହ ସେ କୌଣସି ଉନ୍ନୟନ ମୂଳକ କାମ କରିବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଗତକାଲି ସୋରରୁ ପ୍ରାୟ ୬୦୦ କର୍ମୀ ଘଟଗାଁ ମା’ ତାରିଣୀଙ୍କ ପୀଠରେ ପହଞ୍ଚି ଆଗାମୀ ନିର୍ବାଚନରେ ପର୍ଶୁରାମ ଧଡ଼ାଙ୍କୁ ବିଦା କରିବାକୁ ଶପଥ ନେଇଛନ୍ତି । କୌଣସି ଚାପର ବଶବର୍ତ୍ତୀ ନହୋଇ ଏହି ଶପଥ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସାମ୍ନାକୁ ଆସିଥିବା ଶପଥର ଏହି ଭିଡିଓରେ କର୍ମୀମାନେ କହୁଛନ୍ତି…

ଆଗାମୀ ନିର୍ବାଚନରେ ସୋର ନିର୍ବାଚନ ମଣ୍ଡଳୀରୁ ଦୂରାଚାରୀ ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ବିଧାୟକ ପଦରୁ ଅବ୍ୟାହତି ଦେବା । କୌଣସି ଚାପରେ, କୌଣସି ଚାପରେ ବଶବର୍ତ୍ତୀ ନହୋଇ ଆମେ ସ୍ଥିର ମସ୍ତିଷ୍କରେ ଏଇ ନିଷ୍ପତ୍ତି ନେବା କି ଆଗାମୀ ଦିନରେ ଆମର ବିଧାୟକ ଆଉ କେହି ହେବ, ମାତ୍ର ପର୍ଶୁରାମ ଧଡ଼ା ନୁହନ୍ତି । ଜୟ ମା’ ତାରିଣୀ ।

ଏ ସମ୍ପର୍କରେ ଆମେ ବିଧାୟକ ପର୍ଶୁରାମ ଧଡାଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ । ବିଧାୟକ କହିଛଛନ୍ତି, ଏ ଭିଡିଓ ସମ୍ପର୍କରେ ସେ ଆଜି କିଛି କହିବେ ନାହିଁ ଯାହା କହିବେ ଆସନ୍ତାକାଲି କହିବେ ।