ଅଧିଷ୍ଠାତ୍ରୀ ଦେବୀ ମା’ ତାରାତରିଣୀଙ୍କ ପୀଠକୁ ମିଳିଲା ନୂଆ ରୂପ : ସ୍ନାନ ମଣ୍ଡପ, ଦୀପ ଘର ଓ ପ୍ରଶାସନିକ ଭବନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

122

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠକୁ ମିଳିଲା ନୂଆ ରୂପ । ମା’ ତାରାତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମନ୍ଦିରରେ ପ୍ରଥମେ ମା’ଙ୍କୁ ଦର୍ଶନ କରିଥିଲେ । ଏହା ପରେ ମୁଖ୍ୟ ପୁରୋଧା ସାଜି ପ୍ରତିଷ୍ଠା ଦିବସରେ ବସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ତାରାତାରିଣୀ ପୀଠରେ ନୂଆ ସ୍ନାନ ମଣ୍ଡପ, ଦୀପ ଘର, ପ୍ରଶାସନିକ ଭବନର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ଏକ ଆୟୋଜିତ ସଭାରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମନ୍ଦିରର ଉନ୍ନତିକରଣ କରାଯାଇଛି । ମେ’ ୧୫ରୁ ଆରମ୍ଭ ହୋଇଛି ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିବ ।

ଉତ୍ସବରେ ବିଭିନ୍ନ ସ୍ଥାନରୁ ବ୍ରାହ୍ମଣ ଓ ସାଧୁସନ୍ଥଙ୍କ ସମାଗମ ହୋଇଛି । ୨୦୦୧ରେ ଭବ୍ୟ ମନ୍ଦିରର ପରିକଳ୍ପନା କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୦୩ରେ ତାରାତାରିଣୀ ଉନ୍ନୟନ ବୋର୍ଡ ଗଠନ କରାଯାଇଥିଲା । ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଭି.କେ ପାଣ୍ଡିଆନ୍ ମନ୍ଦିର ପୁନଃ ନିର୍ମାଣ କାମ ଆରମ୍ଭ କରାଇଥିଲେ । ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ନୂତମ ମନ୍ଦିର ନିର୍ମାଣ କାର୍ଯ୍ୟର ସ୍ପର୍ଶ ଦେଇଥିଲେ ।