କନକ ବ୍ୟୁରୋ: ଓଡ଼ିଶା ସୀମାନ୍ତ କୋଟପାଡ଼ରେ ଧୁମଧାମରେ ପାଳିତ ହେଉଛି ମାଆ ଶୀତଳା ଠାକୁରାଣୀଙ୍କ ଯାତ୍ରା । ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଚଳିତ ଥର ୧୧ଦିନ ଚାଲିଥିଲା । ଏହି ଯାତ୍ରା ପ୍ରତି ୩ବର୍ଷକୁ ଥରେ ହୋଇଥାଏ । ଶ୍ରଦ୍ଧାଳୁମାନେ ମଧ୍ୟ ମାଆଙ୍କ ଆଗମନକୁ ବେଶ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ଘର ବାରଣ୍ଡାରେ ମାଆ ପହଞ୍ଚିବା ପରେ ମାଆଙ୍କ ପାଦ ଧୋଇ ପୂଜାର୍ଚ୍ଚର୍ନା କରନ୍ତି । ଏପରି ୧୦ ଦିନ ମାଆ ଶୀତଳା ମନ୍ଦିରରୁ ବାହାରି ପ୍ରତ୍ୟେକ ସାହି ବୁଲିବା ପରେ ଶେଷ ଦିନମାନେ ଆଜି ମାଆ ମେଲାଣି ନିଅନ୍ତି । ପରିବାରର ଦୁଃଖ କଷ୍ଟ ଦୂର କରିବା ପାଇଁ ମାନସିକଧାରୀ ମାନେ ଏକ କଳସରେ ନଡ଼ିଆ ରଖି ମାଆଙ୍କ ପୂଜାର୍ଚ୍ଚନା କରି ସେ କଳସକୁ ମୁଣ୍ଡରେ ଧରି ଖାଲି ପାଦରେ ଚାଲି ଚାଲି ମାଆଙ୍କ ମନ୍ଦିରକୁ ଯାଇ ସମର୍ପି ଦିଅନ୍ତି । ହେଲେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ମ।।ଆଙ୍କ ମନ୍ଦିରକୁ ଆସିବା ମାତ୍ରେ ଠାକୁରାଣି ଲାଗିଥାଆନ୍ତି । ସମସ୍ତେ ମହିଳା ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ଚିକ୍ରାର କରିବା ସହ ନାଚିବାକୁ ଲାଗନ୍ତି, ଆଉ ତଳେ ପଡ଼ି ଯାଆନ୍ତି । ତାଙ୍କୁ ସେବକମାନେ ଉଠାଇ ନେଇ ମାଆ ଜଳ ସିଞ୍ଚନ କରନ୍ତି । ପରେ ସେ ସାମାନ୍ୟ ହୁଅନ୍ତି । ମନ୍ଦିରରେ ଗଦା ହୋଇ ରହିଥିବା କଳସକୁ ସନ୍ଧ୍ୟାରେ ପୁଣି ମାଆଙ୍କ ସହ ବିସର୍ଜନ କରିବା ପାଇଁ ସହର ମଧ୍ୟରେ ରହିଥିବା ଦଳୟନ୍ତି ସାଗରକୁ ଯାଆନ୍ତି । ଯାହାକି ସମସ୍ତଙ୍କ ଦୁଖ କଷ୍ଟ ଦୁର ହେଲା ବୋଲି ଏହି ପରମ୍ପରା ବହୁ ଆଗରୁ ଚାଲି ଆସୁଅଛି ।