କନକ ବ୍ୟୁରୋ: ସଂବଲପୁରର ମାଆ ସମଲେଶ୍ୱରୀଙ୍କ ମନ୍ଦିର ଆଜି ଖୋଲୁଛି । କେବଳ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ମାଆ ସମଲେଶ୍ୱରୀ ମନ୍ଦିର । ପ୍ରଥମେ ସଂବଲପୁରର ସ୍ଥାନୀୟ ଲୋକ ମାଆଙ୍କ ଦର୍ଶନର ସୁବିଧା ପାଇବେ । କୋଭିଡ କଟକଣା କାରଣରୁ ମନ୍ଦିର ଦର୍ଶନ ସମୟରେ କିଛିଟା ପରିବର୍ତନ କରିଛି ମନ୍ଦିର ଟ୍ରେଷ୍ଟ ବୋର୍ଡ । ଆଜି ସକାଳ ୬ଟାରୁ ଦିନ ସାଢେ ୧୧ ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ସାଢେ ୭ଟା ଯାଏଁ ଦର୍ଶନ ସୁବିଧା ରହିଛି । ସମସ୍ତେ ମନ୍ଦିର ବାହାରୁ ମାଆଙ୍କ ଦର୍ଶନ କରିବେ । ଗମ୍ଭୀରା ଭିତରକୁ ପ୍ରବେଶ କରିପାରିବେ ନାହିଁ । ଆଜିଠୁ ୫ ଦିନ ପାଇଁ ସଂବଲପୁରବାସୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ ।
ସେପଟେ ଆଜି କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିର ଭକ୍ତଙ୍କ ପାଇଁ ଖୋଲୁଛି । ଦୀର୍ଘ ୧୦ ମାସ ପରେ ବଳଦେବଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କୋଭିଡ ନିମୟ ପାଳନ କରି ଠାକୁରଙ୍କ ଦର୍ଶନ କରିବେ ଭକ୍ତ । କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବା ବେଳେ ଆଜି ଠାକୁରଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ଭକ୍ତମାନେ ଆନନ୍ଦିତ ହୋଇଛନ୍ତି । ଧାଡିବାନ୍ଧି ଭକ୍ତମାନେ ମନ୍ଦିର ଭିତରକୁ ଯାଇ ଶୃଙ୍ଖଳିତ ଦର୍ଶନ କରୁଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/Maa-Samaleswari-1-750x430-1.jpg)