କାଲିଠୁ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ସମଲେଶ୍ୱରୀ ମନ୍ଦିର: କୋଭିଡ କାରଣରୁ ଦର୍ଶନ ସମୟରେ ହେଲା ପରିବର୍ତ୍ତନ; ଜାଣନ୍ତୁ ମାଆଙ୍କ ଦର୍ଶନ ବେଳାର ପୂରା ତାଲିକା

ସକାଳ ୬ଟାରୁ ଦିନ ସାଢେ ୧୧ ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ସାଢେ ୭ଟା ଯାଏଁ ଦର୍ଶନ । କାଲିଠାରୁ ୫ ଦିନ ପାଇଁ ସଂବଲପୁର ବାସିନ୍ଦା କରିପାରିବେ ଦର୍ଶନ

115

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ସଂବଲପୁରରେ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ମାଆ ସମଲେଶ୍ୱରୀ ମନ୍ଦିର । ପ୍ରଥମେ ସଂବଲପୁରର ସ୍ଥାନୀୟ ଲୋକ ମାଆଙ୍କ ଦର୍ଶନର ସୁବିଧା ପାଇବେ । ତେବେ କୋଭିଡ କଟକଣା କାରଣରୁ ମନ୍ଦିର ଦର୍ଶନ ସମୟରେ କିଛିଟା ପରିବର୍ତନ କରିଛି ମନ୍ଦିର ଟ୍ରେଷ୍ଟ ବୋର୍ଡ । ଆସନ୍ତାକାଲି ସକାଳ ୬ଟାରୁ ଦିନ ସାଢେ ୧୧ ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ସାଢେ ୭ଟା ଯାଏଁ ଦର୍ଶନ ସୁବିଧା ରହିଛି । ସମସ୍ତେ ମନ୍ଦିର ବାହାରୁ ଦର୍ଶନ କରିବେ । ଗମ୍ଭୀରା ଭିତରକୁ ପ୍ରବେଶ କରିପାରିବେ ନାହିଁ । ଆସନ୍ତାକାଲି ଠାରୁ ୫ ଦିନ ପାଇଁ ସଂବଲପୁର ବାସିନ୍ଦାଙ୍କୁ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ ।

ସେହିଭଳି ଆସନ୍ତାକାଲି ଅର୍ଥାତ୍ ଜାନୁଆରି ୩ ତାରିଖରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ନୂଆବର୍ଷରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ସମୀକ୍ଷା କରିବା ପରେ କ୍ରିଷନ କୁମାର କହିଛନ୍ତି, ୩ ତାରିଖରୁ ଦୈନିକ ପ୍ରାୟ ୧୫ରୁ ୧୭ ହଜାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏଥିରେ କୌଣସି ସମସ୍ୟା ହେବ ନାହିଁ । ପୂର୍ବରୁ ୫ ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୁହାଯାଇଥିଲା । ତେବେ ପରୀକ୍ଷା ମୂଳକ ଭାବେ ପୁରୀବାସୀଙ୍କ ଦର୍ଶନ ପରେ ଅନେକ ଅଭିଜ୍ଞତା ହୋଇଥିବା କହିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ । ଶୃଙ୍ଖଳିତ ଭାବେ ଦର୍ଶନ କରିଥିବାରୁ ପୁରୀବାସୀଙ୍କୁ ଧନ୍ୟବାଦ ଦେବା ସହ କ୍ରିଷନ କୁମାର କହିଛନ୍ତି ଫେବ୍ରୁଆରି ମାସରୁ ଦର୍ଶନ ବ୍ୟବସ୍ଥାକୁ ଆହୁରି କୋହଳ କରାଯିବ ।