କରୋନା କଟକଣା ଭିତରେ ଆସନ୍ତାକାଲିଠାରୁ ଖୋଲିବ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର : ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ

134

କନକ ବ୍ୟୁରୋ : କରୋନା କଟକଣା ଭିତରେ ଆସନ୍ତାକାଲିଠାରୁ ଖୋଲିବ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର । ସମଲେଶ୍ୱରୀ ମନ୍ଦିର ସମେତ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ମନ୍ଦିର ଟ୍ରଷ୍ଟ, ଚର୍ଚ୍ଚ ୟୁନିୟନ, ମସଜିଦ୍ ଏବଂ ଗୁରୁଦ୍ୱାରା ଆଦି ସମସ୍ତ ଧର୍ମାନୁଷ୍ଠାନ କର୍ତୃପକ୍ଷଙ୍କ ସହ ଆଲୋଚନା ପରେ ଏଭଳି ଏକ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।

୬୫ ବର୍ଷରୁ ଅଧିକ ବୟସ୍କ, ଗୁରୁତର ରୋଗ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ଶିଶୁଙ୍କୁ ଧର୍ମାନୁଷ୍ଟାନ ଯିବା ଉପରେ କଟକଣା ଲାଗୁ କରାଯାଇଛି । ସେହିପରି ଧର୍ମାନୁଷ୍ଠାନ ଗୁଡ଼ିକରେ ମାସ୍କ, ସାମାଜିକ ଦୂରତା, ସାଜିଟାଇଜର ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ପ୍ରସାଦ ସେବନ, ଦୀପ-ଧୂପ ଦାନକୁ ମଧ୍ୟ ବାରଣ କରାଯାଇଛି । ଦର୍ଶନ ପାଇଁ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା, ପ୍ରବେଶ ଓ ପ୍ରସ୍ତାନ ବ୍ୟବସ୍ଥା, ସାମାଜିକ ଦୂରତା, ପ୍ରବେଶ ପଥରେ ଧର୍ମାଲ ସ୍କ୍ରିନିଂ କରିବାକୁ କୁହାଯାଇଛି ।