୩ରୁ ୭ ଯାଏଁ ସମଲେଶ୍ୱରୀ ଦର୍ଶନ କରିବେ ଜିଲ୍ଲାବାସୀ । ୭ପରେ ବାହାର ଜିଲ୍ଳା ଭକ୍ତ କରିପାରିବେ ମା’ଙ୍କ ଦର୍ଶନ

62

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରେ ଜାନୁୟାରୀ ୩ ତାରିଖରୁ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର ଖୋଲିବା ନେଇ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ୩ରୁ ୭ ତାରିଖ ଯାଏଁ ସମ୍ବଲପୁର ଜିଲ୍ଲାବାସୀଙ୍କୁ ଦର୍ଶନ କରିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ୭ ତାରିଖ ପରେ ବାହାର ଜିଲ୍ଳାବାସୀଙ୍କ ମାଙ୍କ ଦର୍ଶନ ପାଇଁ ଅନୁମତି ଦିଆଯିବ ।

ତେବେ ଦର୍ଶନ  ସମୟରେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଫୁଲ କିମ୍ବା ଭୋଗ ନେଇ ଯାଇପାରିବେ ନାହିଁ । ଆଉ ଏଥିପାଇଁ ଆସନ୍ତା ୭ ଦିନରେ ଭିତରେ ଏସ୍ଓପି ପ୍ରସ୍ତୁତ କରିବାକୁ ନିଷ୍ପତି ହୋଇଛି । ଏହା ସହିତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତି ନେଇଛି ସମ୍ବଲପୁର ଜିଲ୍ଳା ପ୍ରଶାସନ । ତେବେ ଶ୍ରଦ୍ଧାଳୁଙ୍କ କୋଭିଡ୍ କଟକଣା ଭିତରେ ଦର୍ଶନ କରିବା ସହ ସମସ୍ତ ଗାଇଡ୍ଲାଇନ୍ ପାଳନ କରିବାକୁ ପଡ଼ିବ ।