କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରେ ଜାନୁୟାରୀ ୩ ତାରିଖରୁ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର ଖୋଲିବା ନେଇ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ୩ରୁ ୭ ତାରିଖ ଯାଏଁ ସମ୍ବଲପୁର ଜିଲ୍ଲାବାସୀଙ୍କୁ ଦର୍ଶନ କରିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ୭ ତାରିଖ ପରେ ବାହାର ଜିଲ୍ଳାବାସୀଙ୍କ ମାଙ୍କ ଦର୍ଶନ ପାଇଁ ଅନୁମତି ଦିଆଯିବ ।
ତେବେ ଦର୍ଶନ ସମୟରେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଫୁଲ କିମ୍ବା ଭୋଗ ନେଇ ଯାଇପାରିବେ ନାହିଁ । ଆଉ ଏଥିପାଇଁ ଆସନ୍ତା ୭ ଦିନରେ ଭିତରେ ଏସ୍ଓପି ପ୍ରସ୍ତୁତ କରିବାକୁ ନିଷ୍ପତି ହୋଇଛି । ଏହା ସହିତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତି ନେଇଛି ସମ୍ବଲପୁର ଜିଲ୍ଳା ପ୍ରଶାସନ । ତେବେ ଶ୍ରଦ୍ଧାଳୁଙ୍କ କୋଭିଡ୍ କଟକଣା ଭିତରେ ଦର୍ଶନ କରିବା ସହ ସମସ୍ତ ଗାଇଡ୍ଲାଇନ୍ ପାଳନ କରିବାକୁ ପଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/12-17.jpg)