କନକ ବ୍ୟୁରୋ : ପବିତ୍ର ମହାଳୟା ଅବସରରେ ଧବଳମୁୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଆରାଧ୍ୟଦେବୀ ମା’ ସମଲେଶ୍ୱରୀ । ଏହାକୁ ମା’ଙ୍କ ଗଙ୍ଗାବେଶ ମଧ୍ୟ କୁହାଯାଏ । ବର୍ଷ ସାରା ମା’ ସିନ୍ଦୁରବର୍ଣ୍ଣା ହୋଇ ଦର୍ଶନ ଦେଉଥିବା ବେଳେ ଆଜି ଶ୍ୱେତବର୍ଣ୍ଣା ହୋଇ ଦର୍ଶନ ଦେଉଛନ୍ତି ।
ଆଜିଠାରୁ ଅଢେଇ ଦିନ ପର୍ଯ୍ୟନ୍ତ ମା’ଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ମିଳିବ । ମହାଳୟା ଅମବାସ୍ୟା ତିଥିରେ ମା’ ସମଲେଶ୍ୱରୀଙ୍କୁ ଧବଳମୁଖୀ ବେଶରେ ଦର୍ଶନ କଲେ କୋଟି ପୁଣ୍ୟ ମିଳିବା ସହ ପିତୃଲୋକ ଶାନ୍ତି ଅନୁଭବ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ତିଳତର୍ପଣ ପରେ ଗଙ୍ଗା ଯାଇନପାରିଲେ ମା’ଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ତାହା ଗଙ୍ଗା ଦର୍ଶନ ସହ ସମାନ ବୋଲତ କୁହାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/5-9.jpg)