କନକ ବ୍ୟୁରୋ : ମହା ଆଡମ୍ବର ସହକାରେ ପାଳନ ହୋଇଛି ମାଆ ପେଣ୍ଡ୍ରାଣୀଙ୍କ ମାୟେର ଯାତ୍ରା । ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ମାଆ ପେଣ୍ଡ୍ରାଣୀଙ୍କ ମାୟେର ଯାତ୍ରା ବେଶ ଧୁମଧାମରେ ପାଳିତ ହୋଇଛି । ପ୍ରତି ବର୍ଷ ଭଳି ମାଆଙ୍କ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ହଜାର ହଜାର ଭକ୍ତଙ୍କ ସମାଗମ ହେଇଥିଲା । ବିଶ୍ୱାସ ରହିଛି ମାଆ ଏହି ଦିନ ମନ୍ଦିର ରୁ ବାହାରି ଶ୍ରଦ୍ଧାଳୁଙ୍କୁ ଆଶିଷ ପ୍ରଦାନ କରନ୍ତି । ଯାହା ମାଆଙ୍କ ପାଖରେ ମାନସିକ ରଖିବ ତାହା ପୁର୍ଣ୍ଣ ହୋଇଥାଏ । ପ୍ରତି ବର୍ଷ ଶ୍ରାବଣ ମାସ ପ୍ରତମ ସୋମବାରରୁ ମାଆଙ୍କର ଯାତ୍ରା ହୋଇଥାଏ । ମାଆ ପେଣ୍ଡ୍ରାଣୀ ଙ୍କ ମାୟେର ଯାତ୍ରାରେ ମହାଆଳତି, ଷୋଳସ ଔପଚାର,ପଣା ଆଦି ରିତିନୀତି ଅନୁଯାୟୀ କରାଯାଇଥିଲା । ତାପରେ ମନ୍ଦିର ଭିତରୁ ନିଜ ଆସ୍ଥାନ ରୁ ବାହାରି ମାଆ ବିମାନରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ମାଆଙ୍କ ଦୁଲ୍ଲଭ ବେଶର ଦର୍ଶନ ପାଇବାକୁ ଦୂର ଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ଛୁଟିଆସିଥାନ୍ତି ।