କନକ ବ୍ୟୁରୋ : ମୁଣ୍ଡନ ବା ଲଣ୍ଡା ହେବା ଭାରତୀୟ ସଂସ୍କୃତି ପରମ୍ପରାର ଏକ ଅଂଶ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଠଗଡର ଆରାଧ୍ୟ ଦେବୀ ମା ଲୋଭୀ ଠାକୁରାଣୀଙ୍କ ପାଖରେ ମୁଣ୍ଡନ ହୋଇଛନ୍ତି ହଜାର ହଜାର ଶିଶୁ । ବିଶ୍ୱାସ ରହିଛି ଏକ ବର୍ଷରୁ ଅଧିକ ଶିଶୁମାନଙ୍କୁ ମାଆଙ୍କ ପୀଠରେ ମୁଣ୍ଡନ କରାଇଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ।
କଟକ ତିଗିରିଆ ଥାନା ବିନ୍ଧାଗୀମା ଗାଁର ଆରାଧ୍ୟ ଦେବୀ ମାଆ ଲୋଭୀ ଠାକୁରାଣୀ । ବର୍ଷକୁ ଥରେ ମନ୍ଦିରରେ ମାଆଙ୍କ ଦର୍ଶନ ମିଳିଥାଏ । ଏହି ଦିନ ଦେବୀଙ୍କ ପୀଠରେ ଶିଶୁଙ୍କୁ ମୁଣ୍ଡନ କଲେ ସବୁ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସନ୍ତାନ ଜନ୍ମ ପୂର୍ବରୁ ମାଆଙ୍କ ପାଖରେ ମାନସିକ କରିଥିବା ପିତାମାତା ଏଠାରେ ପିଲାଙ୍କୁ ମୁଣ୍ଡନ କରାଇଥାନ୍ତି ।
ବର୍ଷସାରା ବିନ୍ଧାଗୀମା ଗାଁ ମଝିରେ ଥିବା ଲୋଭୀ ଚଉରା ପାଖରେ ପୂଜା ପାଉଥିବା ମା ଲୋଭୀ ଠାକୁରାଣୀ । ବର୍ଷକୁ ଥରେ କାର୍ତ୍ତିକ ପୂଣ୍ଣିମା ଦିନ ଦେବୀଙ୍କର ସାଧାରଣ ଦର୍ଶନ ହେଉଥିବାରୁ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏଥିପାଇଁ ପ୍ରଶାସନ ଓ ଗାଁ କମିଟି ପକ୍ଷରୁ ମାସେ ଆଗରୁ ପ୍ରସ୍ତୁତି କରାଯାଇଥାଏ ।
ପରମ୍ପରା ଦୃଷ୍ଟିରୁ ବର୍ଷକୁ ଥରେ ଏହି ପୀଠରେ ଲାଗିଥାଏ ଗହଳି ଚହଳ । ଯାତ୍ରା ସରିଲେ ଦ୍ୱାର ବନ୍ଦ କରାଯାଇ ପୁଣି ଆରବର୍ଷକୁ ଅପେକ୍ଷା କରାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/vlcsnap-2018-11-24-17h54m06s802-300x169.png)
/kanak/media/post_attachments/wp-content/uploads/2018/11/vlcsnap-2018-11-24-17h56m12s247-300x169.png)