ମହାଲକ୍ଷ୍ମୀଙ୍କ ମସ୍ତକରେ ଲାଗିଲା ସୁନା କିରିଟ ! ପବିତ୍ର ଅକ୍ଷୟ ତୃତୀୟାରେ ଲାଗି ହେଲା ୭୫୫ ଗ୍ରାମ ଓଜନର ସୁବର୍ଣ୍ଣ ମୁକୁଟ

94

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମସ୍ତକରେ ଲାଗିଲା ସୁବର୍ଣ୍ଣ କିରିଟ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏହି କିରିଟକୁ ଲଷ୍ମୀଙ୍କୁ ଅର୍ପଣ କରାଯାଇଛି । ଏହି କିରିଟର ଓଜନ ୭୫୫ ଗ୍ରାମ୍ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କିରିଟ ଲଗାଯାଇଛି । ପୂର୍ବରୁ ଏଥିପାଇଁ ବାରମ୍ବାର ଦାବି ହୋଇଥିଲା । ଏପରିକି ମାଣବସା ଗୁରୁବାର ଓ ଲଷ୍ମୀ ପୂଜା ବେଳେ ଲଷ୍ମୀଙ୍କ ମସ୍ତକରେ ମୁକୁଟ ଲାଗିନଥିଲା । ଏବେ ଅକ୍ଷୟ ତୃତୀୟାରେ ଏହାକୁ ଲାଗି କରାଯାଇଛି । ବିଳମ୍ବରେ ହେଉ ପଛେ ମା’ଙ୍କ ମଥାରେ ସୁନାର କିରୀଟ ଲାଗିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।