ଚୈତ୍ର ଶୁକ୍ଲ ପକ୍ଷର ଷଷ୍ଠତିଥିରେ ନବଦୂର୍ଗାଙ୍କ ଷଷ୍ଠ ରୂପ ମା’ କାଥ୍ୟାୟିନୀଙ୍କ ଉପାସନା କରାଯାଏ । ଦେବୀ ଦୂର୍ଗାଙ୍କ ଷଷ୍ଠ ରୂପ ହେଉଛନ୍ତି ମା’ କାଥ୍ୟାୟିନୀ । ମା’ଙ୍କ ଜନ୍ମ ଋଷି କାଥ୍ୟାୟନଙ୍କ ଘରେ ହୋଇଥିବାରୁ ମା’ଙ୍କ ନାଁ କାଥ୍ୟାୟିନୀ ରହିଛି । ଚତୁଃର୍ଭୁଜା ମା’ଙ୍କ ହାତରେ ଅସ୍ତ୍ରଶସ୍ତ୍ର ଏବଂ କମଳ ପୁଷ୍ପ ଶୋଭା ପାଉଛି । ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀ ଦେବୀଙ୍କ ବାହନ ହେଉଛି ସିଂହ । ଦ୍ୱାପର ଯୁଗରେ ଗୋପୀମାନେ ଭଗବାନ କୃଷ୍ଣଙ୍କୁ ସ୍ୱାମୀ ରୂପେ ପ୍ରାପ୍ତ କରିବା ପାଇଁ ମା’ କାଥ୍ୟାୟିନୀଙ୍କ ପୂଜାର୍ଚ୍ଚନା କରୁଥିଲେ । ବିବାହ ସମ୍ବନ୍ଧିତ ମାମଲାରେ ମା’ଙ୍କ ପୂଜାର୍ଚ୍ଚନା କଲେ ମନବାଞ୍ôଝତ ଫଳ ପ୍ରାପ୍ତ ହୁଏ ।
ପୌରାଣିକ କଥା ଅନୁସାରେ ଘନ ଜଙ୍ଗଲରେ କତ ନାମକ ଜଣେ ମହର୍ଷି ନିଜ ଏକମାତ୍ର ପୁତ୍ର କାଥ୍ୟ ସହ ଆଶ୍ରମରେ ରହୁଥିଲେ । ଯାହା ପରେ କାଥ୍ୟ ଏକ ଗୋତ୍ର ରୂପେ ପରିଚିତ ହେଲା । ଏହି ଗୋତ୍ରରେ ମହର୍ଷି କାଥ୍ୟାୟନ ଜନ୍ମ ନେଇଥିଲେ । ଦୁର୍ଭାଗ୍ୟବଶତଃ ତାଙ୍କର କୌଣସି ସନ୍ତାନ ନଥିଲେ । ମା’ ଭଗବତୀଙ୍କୁ ପୁତ୍ରୀ ରୁପେ ପାଇବାର ଆଶା ରଖି ସେ ପରାମ୍ଭାଙ୍କ କଠୋର ତପସ୍ୟାରେ ଲୀନ ହେଲେ । ମହର୍ଷି କାଥ୍ୟାୟନଙ୍କ କଠୋର ତପସ୍ୟାରେ ପ୍ରସନ୍ନ ହୋଇ ଦେବୀ ଦୂର୍ଗା ତାଙ୍କୁ ମନବାଞ୍ôଝତ ବରଦାନ ପ୍ରଦାନ କଲେ ।
କିଛି ସମୟ ଅନ୍ତରାଳରେ ରାକ୍ଷସ ମହିଷାସୁରର ଅକଥନିୟ ଅତ୍ୟାଚାର ଧରାପୃଷ୍ଠରେ ବଢିବାକୁ ଲାଗିଲା । ସେହି ସମୟରେ ତ୍ରିଦେବଙ୍କ ତେଜ ଏବଂ ଉର୍ଜ୍ଜାରୁ ଏକ କନ୍ୟା ଜନ୍ମ ନେଲା ଏବଂ ସେହି କନ୍ୟା ପରେ ରାକ୍ଷସ ମହିଷାସୁରର ବଧ କଲା । କାତ୍ୟ ଗୋତ୍ରରେ ଜନ୍ମ ନେଇଥିବା କନ୍ୟା ଆଉ କେହି ନୁହଁ ମା’ କାଥ୍ୟାୟିନୀ ଥିଲେ ।
Follow Us
/kanak/media/post_attachments/wp-content/uploads/2019/10/images-2-281x300.jpg)
/kanak/media/post_attachments/wp-content/uploads/2019/10/55-300x201.gif)