ରାୟଗଡାରେ ଗର୍ଭବତୀ ମହିଳାଙ୍କ ପାଇଁ ସାହାରା ପାଲଟିଛି ମାଆ ଗୃହ: ପ୍ରସବ ଆଗରୁ ଗର୍ଭବତୀଙ୍କୁ ଆଣି ଯୋଗାଇ ଦେଉଛି ସବୁ ସୁବିଧା

Advertisment
ରାୟଗଡାରେ ଗର୍ଭବତୀ ମହିଳାଙ୍କ ପାଇଁ ସାହାରା ପାଲଟିଛି ମାଆ ଗୃହ:  ପ୍ରସବ ଆଗରୁ ଗର୍ଭବତୀଙ୍କୁ ଆଣି ଯୋଗାଇ ଦେଉଛି ସବୁ ସୁବିଧା

କନକ ବ୍ୟୁରୋ: ତାଲାବନ୍ଦ ସମୟରେ ମା ଘର ଭରସାରେ ଗର୍ଭବତୀ । ରାୟଗଡାରେ ତାଲାବନ୍ଦ ପାଇଁ ଗର୍ଭବତୀ ମହିଳାଙ୍କ ପାଇଁ ବଡ ଭରସାର ସ୍ଥାନ ପାଲଟିଛି ମାଆ ଘର । ଏଥିପାଇଁ ମଧ୍ୟ ସହ ଯୋଗର ହାତ ବଢାଇଛି ମାଆ ଘର । ସନ୍ତାନ ପ୍ରସବ ଆଗରୁ ଗର୍ଭବତୀ ମହିଳାଙ୍କୁ ଏଠାରେ ରଖାଯିବା ସହ ସନ୍ତାନ ପ୍ରସବ ପରେ ପରିବାର ପ୍ରତି ପୋଷଣ ନେଇ ଦାୟିତ୍ୱ ନେଇଛି ସ୍ୱେଛାସେବୀ ସଂଗଠନ ଆଲିସା ।

ଏହି ମାଆ ଘରେ ରହିବା ସମୟରେ ସମସ୍ତଙ୍କୁ କରୋନା ଠାରୁ କିପରି ରକ୍ଷା ପାଇପାରିବା ସେ ନେଇ ସଚେତନ କରାଯାଉଛି । ସାମାଜିକ ଦୂରତା ରକ୍ଷା , ହାତ ସଫା ରଖିବା ମାସ୍କ ବ୍ୟବହାର ନେଇ ଶିକ୍ଷା ଦିଆଯାଉଛି । ତାଲାବନ୍ଦ ଶେଷ ହେବା ଯାଏଁ ଏହି ବ୍ୟବସ୍ଥା ଚାଲିବ ବୋଲି ମାଆ ଘର ପକ୍ଷରୁ କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe