କନକ ବ୍ୟୁରୋ: ତାଲାବନ୍ଦ ସମୟରେ ମା ଘର ଭରସାରେ ଗର୍ଭବତୀ । ରାୟଗଡାରେ ତାଲାବନ୍ଦ ପାଇଁ ଗର୍ଭବତୀ ମହିଳାଙ୍କ ପାଇଁ ବଡ ଭରସାର ସ୍ଥାନ ପାଲଟିଛି ମାଆ ଘର । ଏଥିପାଇଁ ମଧ୍ୟ ସହ ଯୋଗର ହାତ ବଢାଇଛି ମାଆ ଘର । ସନ୍ତାନ ପ୍ରସବ ଆଗରୁ ଗର୍ଭବତୀ ମହିଳାଙ୍କୁ ଏଠାରେ ରଖାଯିବା ସହ ସନ୍ତାନ ପ୍ରସବ ପରେ ପରିବାର ପ୍ରତି ପୋଷଣ ନେଇ ଦାୟିତ୍ୱ ନେଇଛି ସ୍ୱେଛାସେବୀ ସଂଗଠନ ଆଲିସା ।
ଏହି ମାଆ ଘରେ ରହିବା ସମୟରେ ସମସ୍ତଙ୍କୁ କରୋନା ଠାରୁ କିପରି ରକ୍ଷା ପାଇପାରିବା ସେ ନେଇ ସଚେତନ କରାଯାଉଛି । ସାମାଜିକ ଦୂରତା ରକ୍ଷା , ହାତ ସଫା ରଖିବା ମାସ୍କ ବ୍ୟବହାର ନେଇ ଶିକ୍ଷା ଦିଆଯାଉଛି । ତାଲାବନ୍ଦ ଶେଷ ହେବା ଯାଏଁ ଏହି ବ୍ୟବସ୍ଥା ଚାଲିବ ବୋଲି ମାଆ ଘର ପକ୍ଷରୁ କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/MAA.jpg)