ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ ମାଆ ଦୁର୍ଗା । ବିନା ବାଜା ଓ ଶୋଭାଯାତ୍ରାରେ ଚାଲିଛି ବିସର୍ଜନ

139

କନକ ବ୍ୟୁରୋ : ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନୀନ ମାଆ ଦୁର୍ଗା । ଟ୍ୱିନସିଟିରେ କୋଭିଡ କଟକଣା ଭିତରେ ମାଆଙ୍କ ମୃଣ୍ମୟୀ ମୂର୍ତି ବିସର୍ଜନ କରାଯାଉଛି । ଆଗ ଭଳି ମାଆଙ୍କ ପ୍ରତିମୂର୍ତିକୁ ଶୋଭାଯାତ୍ରାରେ ବିସର୍ଜନ ପାଇଁ ଅନୁମତି ନାହିଁ । ତେଣୁ ବିନା ବାଜା ଓ ବିନା ନାଚଗୀତରେ ଭଷାଣୀ ଚାଲିଛି ।
ଭୁବନେଶ୍ୱରରେ ଦିନ ୮ଟାରୁ ୧୧ଟା ଭିତରେ ବିସର୍ଜନ ପାଇଁ ଅନୁମତି ରହିଛି । ସେଥିପାଇଁ ଭୁବନେଶ୍ୱରରେ ପ୍ରଶାସନ ପକ୍ଷରୁ କୁଆଖାଇ ନଦୀ ଓ ଦୟା ନଦୀରେ କରାଯାଇଥିବା ଅସ୍ଥାୟୀ ପୋଖରୀରେ ମୂର୍ତି ବିସର୍ଜନ କରାଯାଉଛି । ସେହିପରି କଟକରେ ଦେବୀ ଗଡାରେ ପ୍ରସ୍ତୁତି ହୋଇଛି । ୪ଟି ଅସ୍ଥାୟୀ ପୋଖରୀ କରାଯାଇଛି । ପ୍ରତି ମେଢରେ ୭ଜଣରୁ ଅଧିକ ବ୍ୟକ୍ତି ଆସିବା ନେଇ ବାରଣ କରାଯାଇଛି । ବାଲି ଖୋଳି ନଦୀ ପଠାରେ ଅସ୍ଥାୟୀ ପୋଖରୀ ତିଆରି କରଯାଇଛି । କୋଭିଡ କଟକଣା ଭିତରେ ହାତ ଗଣତି ଲୋକଙ୍କୁ ନେଇ ନିରାଡମ୍ବର ଭାବେ ମୃଣ୍ମୟୀ ମୂର୍ତିର ବିସର୍ଜନ ହେଉଛି । କରୋନା ସଂକ୍ରମଣକୁ ଆଖିରେ ରଖି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନ ଅନୁସାରେ ଚାଲିଛି ବିସର୍ଜନ । କୋଭିଡ ମହାମାରୀ ଯୋଗୁଁ କଟକଣା ଭିତରେ ନବଦିନାତ୍ମକ ପୂଜା ଶେଷ ହୋଇଛି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଭିତରେ ମାଆଙ୍କ ଦଶହରା ପର୍ବ ପାଳିତ ହୋଇଛି ।