ଆଜିଠୁ ଖୋଲିଲା ମା’ ବିରଜାଙ୍କ ମନ୍ଦିର : ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ମା’ଙ୍କ ଦର୍ଶନ କରିପାରିବେ ଭକ୍ତ

100

କନକ ବ୍ୟୁରୋ : ଆଜିଠୁ ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର । ରାଜ୍ୟରେ ଧିରେ ଧିରେ କୋଭିଡ ନିୟନ୍ତ୍ରଣକୁ ଆସିବା ପରେ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଥିଲେ । ଯାହା ଉପରେ ନିଷ୍ପତ୍ତି ନେଇ ଖୋଲିଛି ବିରଜା ମନ୍ଦିର ।

ସେପଟେ ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିବା ପାଇଁ ମାଙ୍କ ଦର୍ଶନରୁ ବଂଚିତ ହୋଇଥିଲେ ଶ୍ରଦ୍ଧାଳୁ । ମା’ଙ୍କ ବେଢ଼ା ପରିକ୍ରମା ନକରି କେବଳ ମା’ଙ୍କୁ ଦର୍ଶନ କରି ଫେରିବେ ଭକ୍ତ । ବେଢ଼ା ପରିସରରେ ବିବାହ କାର୍ଯ୍ୟକୁ ମଧ୍ୟ ବାରଣ କରିଛି ଜିଲ୍ଲା ପ୍ରଶାସନ । ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଅନେକ କଟକଣା ଜାରି କରାଯାଇଛି ।