ସାବିତ୍ରୀ ବ୍ରତରେ ମନ୍ଦିର ଖାଁ ଖାଁ: ଘରେ ପୂଜା କଲେ ମହିଳା…ଯାଜପୁର ବିରଜାରେ ୧୪୪ ଧାରା; ଜଗତସିଂହପୁରରୁ ଦେବଗଡ ସବୁଠି ମନ୍ଦିରରେ କଟକଣା

314

କନକ ବ୍ୟୁରୋ: ଆଜି ସାବିତ୍ରୀ ବ୍ରତ ହୋଇଥିଲେ ମଧ୍ୟ ପୁରୀ ଶ୍ରୀମନ୍ଦିର ଖାଁ ଖାଁ ରହିଛି । ପ୍ରତି ବର୍ଷ ସାବିିତ୍ରୀ ବ୍ରତରେ ଯେଉଁଠି ହଜାର ହଜାର ମହିଳାଙ୍କ ଭିଡ ଲାଗି ଥାଏ ଆଜି ସେଠି ତାଲାବନ୍ଦ କଟକଣା ଯୋଗୁଁ ଜନଶୂନ୍ୟ ରହିଛି ।

ଆଜି ସାବିତ୍ରୀ ବ୍ରତ ହୋଇଥିଲେ ମଧ୍ୟ ପୁରୀ ଶ୍ରୀମନ୍ଦିର ଖାଁ ଖାଁ ରହିଛି । ପ୍ରତି ବର୍ଷ ସାବିିତ୍ରୀ ବ୍ରତରେ ଯେଉଁଠି ହଜାର ହଜାର ମହିଳାଙ୍କ ଭିଡ ଲାଗି ଥାଏ ଆଜି ସେହି ଶ୍ରୀମନ୍ଦିରରେ ତାଲାବନ୍ଦ କଟକଣା ଯୋଗୁଁ ଜନଶୂନ୍ୟ ରହିଛି । ତେବେ କିଛି ମହିଳା ଭକ୍ତ ବଡ ଦାଣ୍ଡରେ ପତିତପାବନକୁ ଦର୍ଶନ କରି ଭୋଗ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସାହି ଓ ବସ୍ତିରେ ଥିବା ଛୋଟ ଛୋଟ ମନ୍ଦିରରେ କଟକଣାକୁ ମାନି ମହିଳାମାନେ ମୁହଁରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ପାଳନ କରି ସାବିତ୍ରୀ ବ୍ରତ ପାଳନ କରୁଥିବା ପୁରୀରେ ଦେଖିବାକୁ ମିଳିଛି ।


ଆଜି ସାବିତ୍ରୀ ବ୍ରତ । ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକ ଉପରେ କୌଣସି ପ୍ରକାର ପୂଜାର୍ଚନା କରିପାରିବେ ନାହିଁ ବୋଲି ସରକାରଙ୍କ କଟକଣା କାରଣରୁ ମନ୍ଦିରକୁ ଯାଇ କୌଣସି ଲୋକ ପୂଜାର୍ଚ୍ଚନା କରିପାରିବେ ନାହିଁ । ଏନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସାବିତ୍ରୀ ବ୍ରତ ଭିଡକୁ ଦୃଷ୍ଟିରେ ରଖି ଜଗତସିଂହପୁରର ସମସ୍ତ ମନ୍ଦିରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ମନ୍ଦିରରେ ପୂଜା ଉପରେ କଟକଣା ଲଗାଯାଇଛି ।

ସେହିପରି ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ବନ୍ଦ ରହିବ । ପୂଜା ଉପରେ କଟକଣା ଲଗାଯାଇ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି । କାକଟପୁରର ମନ୍ଦିରରେ ମଧ୍ୟ ଭକ୍ତଙ୍କ ପୂଜା ଉପରେ କଟକଣା ଲଗାଯାଇଛି । ସେପଟେ ଦେବଗଡରେ ମହିଳାଙ୍କୁ ଘରେ ରହି ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା କରିବାକୁ ଏସପି ପରାମର୍ଶ ଦେଇଛନ୍ତି ।