ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଜମୁଛି ଗହଳି

102

କନକ ବ୍ୟୁରୋ: ଭଦ୍ରକରେ ଜମୁଛି କାଳୀପୂଜା । ତୃତୀୟ ଦିନରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ । ମା’ଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଜମୁଛି । ବିଶ୍ୱଶାନ୍ତି ମହାଯଜ୍ଞ ସହ ଆହୁତି ଓ ପୂଜା ରୀତିନୀତି ଚାଲିଛି । ଗୀତାପାଠ, ଚଣ୍ଡୀପାଠ, ବେଦ ପାଠ ସହ ନମ ସଂକିତନ ମାଧ୍ୟମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଚତୁର୍ଥ ଦିନରେ ସିଂହବାହିନୀ ବେଶରେ ଦର୍ଶନ ଦେବେ ମା’ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ଆକର୍ଷଣୀୟ ସାଜସଜ୍ଜା ଭକ୍ତମାନଙ୍କୁ ବେଶ ଅକୃଷ୍ଟ କରିଛି ।