ଆଠଗଡ଼ର ମାଆ ବନଦୁର୍ଗାଙ୍କ ମନ୍ଦିରକୁ ନେଇ ଚର୍ଚ୍ଚା : ୬୦ ଦଶକର ଏହି ମନ୍ଦିରରେ ନାହିଁ କବାଟ; ହେଲେ ଚୋରି କରିବାକୁ ଭୟ କରନ୍ତି ଚୋର

88

କନକ ବ୍ୟୁରୋ : ଆଠଗଡ ବାଳୀରେ ଥିବା ମାଆ ବନଦୁର୍ଗାଙ୍କ ମହିମା ବେଶ ପ୍ରସିଦ୍ଧ । ପ୍ରତ୍ୟେକଦିନ ଆଖପାଖ ଅଂଚଳର ଶହ ଶହ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ପାଇଁ ଆସିଥାନ୍ତି । ୫୫ ନମ୍ବର ଜାତୀୟ ରାଜପଥ କଡରେ ମାଆଙ୍କ ମନ୍ଦିର ରହିଛି । କୁହାଯାଏ, ଏଠାରେ ମାଙ୍କ ପାଇଁ ମନ୍ଦିର ହୋଇନଥିଲା । ତେଣୁ ଷାଠିଏ ଦଶକରେ ବାରମ୍ବାର ଏହି ସ୍ଥାନରେ ଯାନବାହାନ ଦୁର୍ଘଟଣାଗ୍ରସ୍ତ ହେଉଥିଲା ।

ସେ ସମୟରେ ପଣ୍ଡିତ ତଥା ସ୍ୱାଧୀନତା ସଂଗ୍ରାମୀ ସାଧୁଚରଣ ମିଶ୍ରଙ୍କୁ ମା’ଙ୍କ ସ୍ୱପ୍ନାଦେଶ ହୋଇଥଲା । ଆଉ ସ୍ୱପ୍ନାଦେଶ ପରେ ମାଆଙ୍କ ମନ୍ଦିର ଗଢି ଉଠିଛି । ସବୁଠାରୁ ବଡ କଥା ହେଲା, ମନ୍ଦିର ନିକଟରେ ଗଢି ଉଠିଛି ବାଳୀ ବଜାର ଓ ଏହି ବଜାରର ଦେକାନାରେ କୌଣସି କବାଟ ନାହିଁ । ବିଶ୍ୱାସ ଅଛି, ଏହି ଅଂଚଳକୁ ମାଆ ଜଗିଛନ୍ତି । ତେଣୁ ଚୋର ବି ଏଠାରେ ଚୋରି କରିବାକୁ ଭୟ କରେ ।

ମନ୍ଦିର ପ୍ରତିଷ୍ଠା ହେବା ପରେ ୫୫ ନମ୍ବର ଜାତୀୟ ରାଜପଥରେ ଯେଉଁ ଗାଡିମଟର ଯିବାଆସିବା କରନ୍ତି ସେମାନେ ମାଆଙ୍କ ପୂଜାର୍ଚ୍ଚନା କରିଥାନ୍ତି । ମାଆଙ୍କ ପ୍ରିୟ ଭୋଗ ହେଉଛି, ନଡିଆ ଭୋଗ । ବିଶ୍ୱାସ ରହିଛି, ମାଆ ବନଦୁର୍ଗାଙ୍କ ଶରଣରେ ଆସିଲେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ।