କନକ ବ୍ୟୁରୋ : ପାକିସ୍ତାନ ଓ ଚୀନ୍ ଉପରେ ବର୍ଷିବ ଗୋଳାବାରୁଦ ! ଦେଶର ଉତ୍ତର ଏବଂ ଉତ୍ତପ-ପୂର୍ବ ସୀମାରେ ମୁତୟନ ହେଲା ଭାରତର ଶକ୍ତିଶାଳି ତୋପ ଏମ୍-୭୭୭ । ସବୁଠୁ ବଡ କଥା ହେଉଛି ଏହି ତୋପ ଯେକୌଣସି ମୌସୁମୀରେ ବି ୨୪ରୁ ୪୦ କିମି ପର୍ଯ୍ୟନ୍ତ ଶତ୍ରୁ ଉପରେ ଆକ୍ରମଣ କରି ଶତ୍ରୁ ଶିବିରକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେବ ।

Advertisment

ଏମ୍-୭୭୭ରେ ବ୍ୟବହାର ହେଉଥିବା ଗୋଳାକୁ ଲଙ୍ଗ୍ ରେଞ୍ଜ୍ ମ୍ୟାନୁବାରିଂ ପ୍ରୋଜେକ୍ଟାଇଲ ବା ‘ଏଲଆରଏମପି’ କୁହାଯାଏ । ଏହି ଗୋଳା ନଳୀରୁ ବାହାରିବା ପରେ ମାତ୍ର କିଛି ସେକେଣ୍ଡରେ ଏହା ବିମାନ ଭଳି ଉଡିବାକୁ ଲାଗେ । ଗୋଳାରୁ ପଙ୍ଖ ବାହାରିଆସିଥାଏ । ଯାହା ଏହାର ଦିଗ ପରିବର୍ତ୍ତନରେ ସହାୟକ ହୋଇଥାଏ । ଏହାର ଅର୍ଥ ହେଉଛି ବଞ୍ଚିବାକୁ ଚେଷ୍ଟା କରୁଥିବା ଶତ୍ରୁ ବି ଏହି ତୋପର ଗୋଳାଠୁ ବଞ୍ଚିପାରିନଥାଏ । ଏହାକୁ ବନାଇଛନ୍ତି ଜେନେରାଲ୍ ଏଣ୍ଟାମିକ୍ସ କମ୍ପାନୀ । ଖବ୍ ଶୀଘ୍ର ଏହି ଗୋଳା ଏମ୍-୭୭୭ରେ ଲଗାଯିବାର ଯୋଜନା ରହିଛି । ଯଦି ଭାରତୀୟ ତୋପ ଏମ୍-୭୭୭ରେ ଏହି ଗୋଳା ଲଗାଯାଏ ତେବେ ଶତ୍ରୁ ରାଷ୍ଟ୍ର ପାକିସ୍ତାନ୍ ଓ ଚୀନର ବଙ୍କର, ତୋପ, ଅସ୍ତ୍ରଶସ୍ତ୍ର ଡିପୋ ଉଡାଇବା ଅତି ସହଜ ହୋଇଯିବ ।

‘ଏଲଆରଏମପି’ ଏପରି ଏକ ଗୋଳା ଯାହାକୁ ନଷ୍ଟ କରିବା ଏକ ଅସମ୍ଭବ କାମ ହୋଇଥାଏ । ଏଥିରେ ର୍ୟାମଜେଟ୍ ଇଞ୍ଜିନ୍ ଲଗା ହୋଇଛି । ଯେଉଁଥିପାଇଁ ଏହାର ଗତି ବହୁକ ଅଧିର ହୋଇଥାଏ । ଏହି ତୋପ ଆଗକୁ ଶତ୍ରୁ ପାଇଁ କାଳ ହୋଇପାରେ ।