ନୂଆ ନିର୍ଦ୍ଦେଶକଙ୍କ ନୂଆ ନିଷ୍ପତ୍ତି ! ବଦଳି ସିବିଆଇ ଅଫିସରଙ୍କୁ ପୁଣି ପଦରେ ଅବସ୍ଥାପିତ କଲେ ନାଗେଶ୍ୱର ରାଓ ।

Advertisment
ନୂଆ ନିର୍ଦ୍ଦେଶକଙ୍କ ନୂଆ ନିଷ୍ପତ୍ତି ! ବଦଳି ସିବିଆଇ ଅଫିସରଙ୍କୁ ପୁଣି ପଦରେ ଅବସ୍ଥାପିତ କଲେ ନାଗେଶ୍ୱର ରାଓ ।

image courtesy - www.afternoonvoice.com

କନକ ବ୍ୟୁରୋ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ଏମ୍, ନାଗେଶ୍ୱର ରାଓ । ଆଜି ସେ ସିବିଆଇ ମୁଖ୍ୟ ଦପ୍ତରକୁ ଯାଇ ଦାୟିତ୍ୱ ନେଇଛନ୍ତି । ସୂଚନା ଅନୁଯାୟୀ, ସିବିଆଇରେ ସ୍ଥିତି ପ୍ରତିଦିନ ବଦଳିବାରେ ଲାଗିଛି। ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ସିବିଆଇ ନିର୍ଦ୍ଦେଶକ ପଦରେ ଦୀର୍ଘ ୭୧ ଦିନ ପରେ ପୁଣି ଥରେ ଅବସ୍ଥାପିତ ହୋଇଥିଲେ ନିର୍ଦ୍ଦେଶକ ଆଲୋକ ବର୍ମା । ମାତ୍ର ଆଲୋକ ବର୍ମା ପୁନଃ ଅବସ୍ଥାପିତ ହେବାର ୨ ଦିନ ନ ବିତୁଣୁ ତାଙ୍କୁ ପୁଣି ଚଉକି ହରାଇବାକୁ ପଡ଼ିଛି।

publive-imageତେବେ ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେ, ଜଷ୍ଟିସ ଏ କେ ସିକ୍ରିଙ୍କୁ ନେଇ ଗଠିତ କମିଟି ୨-୧ ନିର୍ଣ୍ଣୟରେ ଆଲୋକ ବର୍ମାଙ୍କୁ ସିଭିସି ରିପୋର୍ଟ ଆଧାରରେ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ପରିପ୍ରେକ୍ଷୀରେ ସିବିଆଇ ନିର୍ଦ୍ଦେଶକ ପଦବିରୁ ହଟାଇ ଶ୍ରୀ ବର୍ମାଙ୍କୁ ଫାୟାର ସର୍ଭିସ ଓ ହୋମଗାର୍ଡ଼ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ଅପରପକ୍ଷେ ପୁଣି ଥରେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓ ସିବିଆଇର କାମଚଳା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ଆଜି ଶ୍ରୀ ରାଓ ସିବିଆଇ ମୁଖ୍ୟ ଦପ୍ତରରେ ପହଞ୍ଚି ପୁଣି ଥରେ ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି।

publive-imageସୂଚନା ଅନୁଯାୟୀ, ସିବିଆଇର କାମଚଳା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ରାଓ ଗତ ଅକ୍ଟୋବର ୨୩ ତାରିଖରୁ ୨୦୧୯ ଜାନୁଆରି ୬ ତାରିଖ ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଅଧିକାରୀଙ୍କର ବଦଳି କରିଥିଲେ। ଆଉ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ କ୍ରମେ ପୁନଃ ଅବସ୍ଥାପିତ ହେବାର ୨୪ ଘଣ୍ଟା ଭିତରେ ଶ୍ରୀ ବର୍ମାଙ୍କ ସମସ୍ତ ବଦଳି ନିର୍ଦ୍ଦେଶକୁ ବାତିଲ କରି ତାଙ୍କ ପସନ୍ଦର ଅଧିକାରୀମାନଙ୍କୁ ସେମାନଙ୍କ ପୁରୁଣା ସ୍ଥାନକୁ ଆଣିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ତେବେ ବଦଳି ସିବିଆଇ ଅଫିସରଙ୍କୁ ପୁଣି ପଦରେ ଅବସ୍ଥାପିତ କରିଛନ୍ତି ନାଗେଶ୍ୱର ରାଓ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe