କନକ ବ୍ୟୁରୋ: ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପାଇଁ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ୪୬ ଟି ସ୍ଥାନରେ ଆୟୋଜିତ ନିଯୁକ୍ତି ମେଳାରେ ଉପସ୍ଥିତ ଯୁବକ ଯୁବତୀଙ୍କୁ ସମ୍ବୋଧନ କରିଛନ୍ତି । ଏହି କ୍ରମରେ ମୋଦୀ କହିଛନ୍ତି ଯେ, ‘ ୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ ଏବଂ ବିଶ୍ୱର ତୃତୀୟ ଆର୍ଥ ଶକ୍ତି ଭାବେ ଉଭା ହେବ । ପ୍ରକୃତରେ ନୂଆ ଭାରତ ଚମତ୍କାର କରୁଛି’ ।

Advertisment

ନିଯୁକ୍ତି ପତ୍ର ବିତରଣ କରିବା ସହ ମୋଦୀ କହିଛନ୍ତି, ଅନେକ ଦିନର କଠିନ ପରିଶ୍ରମ ପରେ ସଫଳତା ପାଇଥିବାରୁ ନବନିଯୁକ୍ତଙ୍କୁ ଅନେକ ଶୁଭେଚ୍ଛା । ଆଗକୁ ନିଜ କାର୍ଯ୍ୟ ମାଧ୍ୟମରେ ଦେଶବାସୀଙ୍କୁ ସେବା ଯୋଗାଇବାକୁ କହିଛନ୍ତି ମୋଦୀ ।